ସେପ୍ଟେମ୍ବରରେ ବସିବ କି ବିଧାନସଭା ? ସଂକେତ ଦେଲେ ବାଚସ୍ପତି
ଭୁବନେଶ୍ୱର: ସେପ୍ଟେମ୍ବରରେ ବସିବ କି ବିଧାନସଭା ? ବାଚସ୍ପତିଙ୍କ କଥାରୁ ଏହାର ସଂକେତ ମିଳିଛି। ମାର୍ଚ୍ଚରେ ବସିଥିଲା ବିଧାନସଭା। ଆଇନ ଅନୁସାରେ ୬ ମାସ ଭିତରେ ପୁଣି ଥରେ ବସିବା କଥା। ଆସନ୍ତା ସେପ୍ଟେମ୍ବରକୁ ୬ ମାସ ହେଉଛି, ତେଣୁ ସେପ୍ଟେମ୍ବରରେ ଅଧିବେଶନ ଜରୁରୀ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ଅଧିବେଶନ ବେଳେ ପ୍ରେସ୍ ଗ୍ୟାଲେରିରେ ବସିପାରନ୍ତି ବିଧାୟକ। ଏନେଇ ଲୋକସଭା ବାଚସ୍ପତିଙ୍କ ସହ ଯୋଗାଯୋଗରେ ଅଛି ସଂସଦ। ନିୟମାନୁସାରେ ସଦସ୍ୟଙ୍କ ମଧ୍ୟରେ ୧୦ ଫୁଟ ଦୂର ଜରୁରୀ ହୋଇପଡ଼ିଛି। ବିଧାନସଭା ଭିତର ସହ ପ୍ରେସ ଓ ଦର୍ଶକ ଗ୍ୟାଲେରିରେ ଦୂରତ୍ୱ ରହିପାରିବ। ଏମିତି ହେଲେ ଗଣମାଧ୍ୟମ ଓ ଦର୍ଶକ ବିଧାନସଭା ଯାଇପାରିବେନି।
ବିଧାନସଭା ବସିବା ନେଇ ଲୋକସଭା ବାଚସ୍ପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିବୁ। ପରାମର୍ଶ ଅନୁସାରେ ଯାହା ନିଷ୍ପତ୍ତି ହେବ, ସେହି ଅନୁଯାୟୀ ଅଧିବେଶନ ହେବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।