ଅପରାହ୍ନ ୩ଟା ପରେ ଗୃହ କାର୍ଯ୍ୟ ସ୍ୱାଭାବିକ

ଭୁବନେଶ୍ୱର : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭା ଅପରାହ୍ନ ୩ଟା ଯାଏ ମୁଲତବୀ ପରେ ପୁଣି ସ୍ୱାଭାବିକ ହୋଇଛି। ବିଧି ଅନୁସାରେ ଗୃହ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ହଟ୍ଟଗୋଳ କରିଥିବା ବେଳେ  ଚାଷୀ ସମସ୍ୟା ନେଇ ବିଜେପି ସଦସ୍ୟଙ୍କ ହଙ୍ଗାମା ପରେ ଗୃହକୁ ବାଚସ୍ପତି ୩ଟା ଯାଏ ମୁଲତବୀ ଘୋଷଣା କରିଥିଲେ।

ଏପରିକି ବାଚସ୍ପତିଙ୍କ ଉପରକୁ କାଗଜ ପିଙ୍ଗିଥିଲେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହିନୀପତି। ଶେଷରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। କିନ୍ତୁ ବୈଠକରେ କିଛି ଫଳ ମିଳିନଥିଲା।   ବର୍ତ୍ତମାନ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଛି।

You might also like