ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ରଖିବା ଲାଗି ଆସିଥିବା ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି।

କରୋନା ଭାଇରସ୍‌ ଯୋଗୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ଲାଗି ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତେବେ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା। କରୋନା ଆତଙ୍କ ସତ୍ତ୍ୱେ ସଂସଦ ଅଧିବେଶନ ଚାଲିଥିବାରୁ ବିଧାନସଭାକୁ କାହିଁକି ବନ୍ଦ କରାଯିବ ବୋଲି ପ୍ରଶ୍ନ କରିବା ସହ ପ୍ରସ୍ତାବକୁ ବିରୋଧ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ତେବେ କଂଗ୍ରେସ ଏ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲା।

ଲୋକଙ୍କ ସୁରକ୍ଷା ଆଗ ଏବଂ ଏନେଇ ବିଜେପି ରାଜନୀତି ନ କରୁ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ଏହାକୁ ନେଇ ଶାସକ ବିଜେଡି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଥିଲେ। ପରେ ପ୍ରସ୍ତାବକୁ ଧ୍ୱନିମତରେ ପାରିତ ହୋଇଥିଲା।

You might also like