ବିଧାନସଭା ଅଚଳ: ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବି
ଅପରାହ୍ନ ୪ଟା ଯାଏ ଗୃହ ମୁଲତବି
ଗୃହ କାର୍ଯ୍ୟ ଆରମ୍ଭ ପରେ ମଧ୍ୟଭାଗରେ ବିଜେପି, କଂଗ୍ରେସର ହଟ୍ଟଗୋଳ
ନିଜ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କରିଥିଲେ ଶାସକ ଦଳ ସଦସ୍ୟ
ପ୍ରବଳ ହଟ୍ଟଗୋଳ, ପ୍ରତିବାଦ ଯୋଗୁଁ ମୁଲତବି ଘୋଷଣା କଲେ ବାଚସ୍ପତି
ଭୁବନେଶ୍ୱର: ଲଗାତାର ୫ ଦିନ ହେଲା ଚାଲିପାରୁନି ବିଧାନସଭା । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଓ ଶାସକ ଦଳ ସଦସ୍ୟ ହଟ୍ଟଗୋଳ କରିବାରୁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ । ବାଚସ୍ପତି ଶାସକ ଓ ବିରୋଧୀ ଦଳ ନିଜ ଜିଦରେ ଅଟଳ ରହିଥିବାରୁ ଗୃହ ଚାଲିପାରୁନାହିଁ । ଆଜି ବିଧାନସଭା ଆରମ୍ଭରୁ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ ।
ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିବା ବେଳେ ସୁବାସ ପାଣିଗ୍ରାହୀ କ୍ଷମା ମାଗିବା ଦାବିରେ ଶାସକ ଦଳ ସଦସ୍ୟଙ୍କ ହୋହଲ୍ଲା କରିବାରୁ ଗୃହ ଚାଲିପାରି ନଥିଲା । ସେପଟେ ବିଜେଡି ଏହି ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଛି । ବିଜେଡି ବିଧାୟକ ଏକ ଶୋଭାଯାତ୍ରାରେ ରାଜଭବନ ଯାଇଥିଲେ । ବିଧାୟକ ପବିତ୍ର ଗୃହରେ ଆତ୍ମହତ୍ୟା ଉଦ୍ୟମ କରି ଗୃହର ଗାରିମା ନଷ୍ଟ କରିଛନ୍ତି । ଆଉ ଏଥିପାଇଁ ସୁବାସ ପାଣିଗ୍ରାହୀ କ୍ଷମା ପ୍ରାର୍ଥନା ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ଓ ବିଧାନସଭାକୁ ଚଲାଇ ଦିଆଯିବ ନାହିଁ ବିଜେଡି କହିଛି ।
ଅନ୍ୟପଟେ ବିଜେପି କହିଛି ବିଧାୟକ ସୁବାସ ପାଣିଗ୍ରାହୀ ଭୁଲ ମାଗିବାର ପ୍ରଶ୍ନ ଉଠୁନାହିଁ । ଚାଷୀ ପ୍ରସଙ୍ଗକୁ ଆଡ଼େଇଯିବାକୁ ଚାହୁଁଛି ଶାସକ ଦଳ। ମଣ୍ଡିରୁ ଧାନ ଉଠିପାରୁନି। ଗତକାଲି ରେଙ୍ଗାଲିରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏକଥାକୁ ଅଣଦେଖା କରି ସୁବାସ ପାଣିଗ୍ରାହୀଙ୍କ କଥାକୁ ପ୍ରସଙ୍ଗ କରାଯାଉଛି। ଭୁଲ ତଥ୍ୟ ଦେଇଥିବାରୁ ମନ୍ତ୍ରୀ ବିଧାନସଭାରେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳ ଉପ ନେତା ।
ସେହିପରି କଂଗ୍ରେସ କହିଛି ଉଭୟ ବିଜେପି ଓ ବିଜେଡି ଗୃହ ଚଳାଇବାକୁ ଚାହୁଁନାହାନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ସର୍ବଦଳୀୟ ବୈଠକ ଡାକନ୍ତୁ, ଏବଂ ଏହି ସମସ୍ୟାର ସମାଧାନ କରାଯାଉ । ଦୁନ ଦିନ ହେଲା ସର୍ବଦଳୀୟ ବୈଠକ ବସୁଥିଲେ ହେଁ ଠିକରେ ଆଲୋଚନା ହୋଇପାରୁ ନାହିଁ। ବିଜେପି କେତେବେଳେ ଗୋଟିଏ କଥା ହେଉଛି, ବିଜେଡ଼ି ଗୋଟିଏ କଥା କହୁଛି। ଫଳରେ ଗୃହ ଚାଲି ପାରୁନି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ, ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଆଲୋଚନା ହୋଇପାରୁ ନାହିଁ। ଧାନ ମଣ୍ଡିରୁ ଉଠିବା ଦରକାର। ଏହି ଦାବିରେ ଅଟଳ ରହିବ ଦଳ ଦଳ । ଏଥିପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ମିଟିଂ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ତାରା ବାହିନୀପତି।
ତେବେ ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନରସିଂ ମିଶ୍ର । ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି। ସୁରୁଖୁରୁରେ କିପରି ଗୃହ ଚାଲିବ, ତାହା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ଧାନ କିଣାରେ କୌଣସି ଚାଷୀ ଯେଭଳି ହଇରାଣ ନ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରନ୍ତୁ କହି ଚିଠି ଲେଖିଛନ୍ତି।
ଗୃହ ଅଚଳାବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର, ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କଲେ ନରସିଂହ ମିଶ୍ର, କହିଲେ- ଗୃହର ନେତା ଭାବେ ସୁରୁଖୁରୁରେ ଗୃହ ଚଳାଇବା ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ। ଧାନ କିଣାରେ କୌଣସି ଚାଷୀ ଯେଭଳି ହଇରାଣ ନ ହେବେ ସେନେଇ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରନ୍ତୁ #Odisha
— ଓଟିଭି (@otvkhabar) March 17, 2021
ବିଜେଡି-ବିଜେପି ଗୃହ ଚଳାଇ ଦେଉନାହାନ୍ତି’
‘ଆଜି ବି ଗୃହ ଅଚଳ। ଦୁର୍ଭାଗ୍ୟ ବିଜେଡି-ବିଜେପି ଗୃହ ଚଳାଇ ଦେଉନାହାନ୍ତି’ #TaraprasadBahinipati #Congress #Odisha pic.twitter.com/EkgU4mTokb— ଓଟିଭି (@otvkhabar) March 17, 2021