୫ କାର୍ଯ୍ୟ ଦିବସ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନ ଶେଷ। ୫ଟି କାର୍ଯ୍ୟ ଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଆଜି ରାଜ୍ୟ ବିଧାନସଭାରେ ତୁମୁଳକାଣ୍ଡ ଘଟିଥିଲା। ଖଣି ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଅଣାଯାଇଥିଲା। ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅନୁମତି ନ ଦେବାରୁ କଂଗ୍ରେସ ସଦସ୍ୟ ହୋ ହଲ୍ଲା କରିଥିଲେ। ବିଜେପି ସଦସ୍ୟ ମଧ୍ୟ ଖଣି ପ୍ରସଙ୍ଗରେ ଆଲୋଚନା ଦାବି କରି ହୋ ହଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ, ଇଅର ଫୋନ୍ ଓ କାଗଜ ଫୋପଡ଼ା ଯାଇଥିଲା। ବାଚସ୍ପତିଙ୍କ ପୋଡିୟମ ଉପରକୁ ଚପଲ ଫିଙ୍ଗା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି କହିଥିଲେ। ଫଟୋଗ୍ରାଫ୍ ଭିଡିଓ କ୍ଲିପ୍‌ ମଗାଇ ଘଟଣାର ଅନୁଧ୍ୟାନ କରିବା ପରେ ୩ ବିଜେପି ବିଧାୟକଙ୍କୁ ଚଳିତ ଅଧିବେଶନରୁ ସସ୍‌ପେଣ୍ଡ୍ କରିଥିଲେ।

You might also like