ଏଣିକି ଥାନାକୁ ଟଙ୍କା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ୫୮୭ଟି ଥାନାକୁ ମିଳିବ କଣ୍ଟିଜେନ୍ସି(ଆପାତକାଳିନ ବା ଆକସ୍ମିକ ଦୁର୍ଘଟଣା) ଟଙ୍କା। ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଥାନାଗୁଡ଼ିକୁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ ଫଣ୍ଡ୍ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର-କଟକ କମିଶନରେଟ୍ ପୁଲିସ ଅଧିନରେ ଥିବା ସମସ୍ତ ୪୪ଟି ଥାନାକୁ ମାସିକ ୪୦ ହଜାର ଟଙ୍କା ଲେଖାଏ ଦିଆଯିବ। ତା’ଛଡ଼ା ୧୪୨ଟି ସହରାଞ୍ଚଳ ଥାନାକୁ ୩୦ ହଜାର ଓ ୩୫୧ ଗ୍ରାମାଞ୍ଚଳ ଥାନାକୁ ମାସିକ ୨୦ ହଜାର ଟଙ୍କା ଲେଖାଏ ମିଳିବ।

ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ୍ ଥାନା, ୧୫ଟି ରେଲ୍‌ୱେ ଥାନା, ୪ଟି ସାଇବର ଥାନା, ଅର୍ଥନୈତିକ ଅପରାଧ ଥାନା, STF ଥାନା, HRPC ଥାନା ଓ କ୍ରାଇମବ୍ରାଞ୍ଚ ଥାନାକୁ ମାସିକ ମଧ୍ୟ ୩୦ ହଜାର ଟଙ୍କା ଲେଖାଏ ମିଳିବ। ତେବେ ୧୮ଟି ସାମୁଦ୍ରିକ ଥାନାଗୁଡ଼ିକୁ ମାସିକ ୨୦ ହଜାର ଟଙ୍କା ଲେଖାଏ ଦିଆଯିବାକୁ ନିଷ୍ପତ୍ତି ହୋଇଛି।

 

You might also like