ପୁଣି ଜଳୁଛି ପ୍ରକୃତି : ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଲା ନିଆଁ

ନୟାଗଡ଼(ଆତ୍ତ୍ରତ୍ରାଣ ପ୍ରଧାନ): ପୁଣି ଜଙ୍ଗଲରେ ଲାଗିଲା ନିଆଁ। ନୟାଗଡ଼ ମହାନଦୀ ତଟରେ ଥିବା ଜଙ୍ଗଲରେ ଲାଗିଛି ନିଆଁ। ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ଗଣିଆ ବ୍ଳକ ରାସଙ୍ଗ ପଚାଂୟତର କାଦୁଆ ଓ ରାସଙ୍ଗ ଆମ୍ବତୋଟାର ପାର୍ଶ୍ବବର୍ତ୍ତୀ ଅଚଂଳ ଏବଂ ନିକଟସ୍ଥ ମହାନଦୀ ଅବବାହିକାର ଚରିଆ ଜଙ୍ଗଲରେ ଦୁଇ ଦିନ ଧରି ନିଆଁ ଲାଗିଥିବା ଦେଖାଯାଇଛି ।

ମହାନଦୀ ଅବବାହିକାରେ ଥିବା ଶୁଖିଲା ବଣରେ କେହି ଜଣେ ବ୍ୟକ୍ତି ନିଆଁ ଲଗାଇ ଦେଇଛି । ଫଳରେ ନିଆଁ ପ୍ରାୟ ୧ କିଲୋମିଟର ବ୍ୟାପି ଜଳୁଛି ଜଙ୍ଗଲ । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗ କ୍ରମେ ନିକଟସ୍ଥ ଆମ୍ବତୋଟାରେ ନିଆଁ ଲିଭିଛି। କିଛି ପରିମାଣରେ ନିଆଁକୁ ଆୟତ କରାଯାଇଛି । ହେଲେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି । ନାହାନ୍ତି ବନ ବିଭାଗ ଓ ଅଗ୍ନିଶମ ବିଭାଗ । ସମ୍ପୂର୍ଣ୍ଣ ନିଆଁ ଲିଭାଇବା ପାଇଁ ତୁରନ୍ତ ଉଦ୍ୟମ କରିବାକୁ ସ୍ଥାନୀୟ ଅଚଂଳବାସୀ ଦାବି କରିଛନ୍ତି।

ସୂଚନାଯୋଗ୍ୟ ପାଖାପାଖି ଦେଢ଼ ମାସ ପୂର୍ବରୁ ମୟୁରଭଞ୍ଜରୁ ମାଲକାନଗିରି, ବଲାଙ୍ଗିରରୁ ବାଲେଶ୍ୱର, ସବୁଠି ଜଙ୍ଗଲି ନିଆଁର ତାଣ୍ଡବ ଦେଖିବାକୁ ମିଳିଥିଲା । ଶିମିଳିପାଳ ଭଳି କେଉଁଠି ନା କେଉଁଠି ଜଳୁଥିଲା ଅଭୟାରଣ୍ୟ। ଗତକିଛି ବର୍ଷ ହେଲା ଗ୍ରୀଷ୍ମ ଆରମ୍ଭରୁ ଏପରି ବିପଦ ବଢ଼ାଉଛି ବନାଗ୍ନି। ଧୂଆଁ ଆଉ ଗରମ ପବନ ମାଡ଼ରେ ଆକ୍ତାମାକ୍ତା ଜୀବଜନ୍ତୁ ଜନବସତିକୁ ଚାଲିଆସୁଛନ୍ତି ।

You might also like