ରୌପ୍ୟ ବିଜେତା ଓଡିଅା ମହିଳା ହକି ଖେଳାଳିଙ୍କୁ ଦିଅାଯିବ ପୁରସ୍କାର

ଭୁବନେଶ୍ୱର : ଏସିଅାନ ଗେମ୍ସ ରୌପ୍ୟ ବିଜେତା ମହିଳା ହକି ଖେଳାଳିଙ୍କୁ ପୁରସ୍କାର । ମହିଳା ହକି ଦଳର ୪ ଓଡିଅା ଖେଳାଳିଙ୍କୁ ୧ କୋଟି ଲେଖାଏଁ ପୁରସ୍କାର ଦିଅାଯିବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୪ ଓଡିଅା ହେଲେ ସୁନିତା ଲାକ୍ରା, ନମିତା ଟପୋ, ଲିଲିମା ମିଞ୍ଜ ଏବଂ ଦୀପଗ୍ରେସ ଏକ୍କା । ସେହିପରି କୋଚ୍‌ଙ୍କୁ ଖେଳାଳିଙ୍କ ପୁରସ୍କାର ରାଶିର ୨୦ ପ୍ରତିଶତ ପ୍ରଦାନ କରାଯିବ। ଗତକାଲି ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଜାପାନଠାରୁ ୧-୨ ଗୋଲରେ ହାରିବା ପରେ ରୌପ୍ୟ ପଦକ ହାସଲ କରିଥିଲା।

You might also like