ଯୁକ୍ତ ୨ ପରୀକ୍ଷା: ପ୍ରଶ୍ନପତ୍ରରେ ୫୦% ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ

ଭୁବନେଶ୍ୱର: ବଦଳିବ ଯୁକ୍ତ ୨ ପରୀକ୍ଷା ଢାଞ୍ଚା। ଚଳିତ ବର୍ଷ ଯୁକ୍ତ ୨ ପ୍ରଶ୍ନପତ୍ରରେ ହାରାହାରି ୫୦ ପ୍ରତିଶତ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ନୂଆ ସିଲାବସ୍‌ ଅଧୀନରେ ଆସୁଥିବା ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ପରୀକ୍ଷାର୍ଥୀମାନେ ଅର୍ଥାତ୍‌ ଯେଉଁମାନେ ୨୦୧୬ ମସିହା କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ହୋଇଛନ୍ତି ସେହି ଛାତ୍ରଛାତ୍ରୀଙ୍କ ପାଇଁ Reduced ସିଲାବସ୍‌ରୁ ପ୍ରଶ୍ନ ଆସିବ।

ପ୍ରଶ୍ନପତ୍ରରେ ହାରାହାରି ୫୦%  ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ରହିବ। ମଲ୍ଟିପୁଲ୍ ଚଏସ୍ କୋଶ୍ଚିନର ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ। ହାରାହାରି ୩୦ ପ୍ରତିଶତ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପ୍‌ସନ୍‌ ରହିବ। ସଂକ୍ଷିପ୍ତ ଉତ୍ତରମୂଳକର ପ୍ରତି ପ୍ରଶ୍ନ ୨ କିମ୍ବା ୩ ମାର୍କର ରହିବ।

ସେହିପରି ହାରାହାରି ୨୦ ପ୍ରତିଶତ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପ୍‌ସନ୍‌ ରହିବ। ଦୀର୍ଘ ଉତ୍ତରମୂଳକ ପ୍ରତି ପ୍ରଶ୍ନ ୫ ମାର୍କ ଲେଖାଏ ରହିବ।

ପୁରୁଣା ସିଲାବସ୍‌ ଅଧୀନରେ ଆସୁଥିବା ପରୀକ୍ଷାର୍ଥୀମାନେ ଅର୍ଥାତ୍‌ ଯେଉଁମାନେ ୨୦୧୫ ମସିହା କିମ୍ବା ପୂର୍ବରୁ ରେଜିଷ୍ଟ୍ରିଭୁକ୍ତ ହୋଇଛନ୍ତି, ସେହି ଛାତ୍ରଛାତ୍ରୀଙ୍କର ସିଲାବସ୍‌ ଓ Question Pattern ପୂର୍ବ ବର୍ଷ ପରି ଅପରିବର୍ତ୍ତିତ ରହିବ।

ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ତେବେ ପରୀକ୍ଷା ଫି’ ନେଇ କୌଣସି ନିଷ୍ପତ୍ତି ହୋଇନଥିବା ସେ କହିଛନ୍ତି।

You might also like