କୋରାପୁଟ: କୋରାପୁଟ ଜିଲ୍ଲା ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାର ଅଧିକାରୀଙ୍କ ସହ ସେ ଆଲୋଚନା କରିଛନ୍ତି।
ବିଶେଷ କରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ କରାଯାଉଥିବା ଓ ସମ୍ବାଇ ପଞ୍ଚାୟତ ସୀମାନ୍ତକୁ ନେଇ ଉପୁଜିଥିବା ବିବାଦର ସମୀକ୍ଷା କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର। ସ୍ଥିତି ଅନୁଧ୍ୟାନ ପାଇଁ ଆରଡିସି ଆଜି ଘଟଣାସ୍ଥଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
https://youtu.be/Lg7xB2L5Wqw
ଘଟଣାକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ସାମୟିକ ଭାବେ ଶାନ୍ତ ପଡ଼ିଥିବା ପରି ଜଣାପଡୁଥିଲେ ମଧ୍ୟ ପ୍ରକୃତରେ ସ୍ଥିତି ଅଲଗା। କାରଣ ସୀମାରେ ଧଳା ଚୂନରେ ଗାର ଟଣା ଯାଇ ଧଳା ପତାକା ପୋତା ଯାଇଛି। ଆନ୍ଧ୍ରପ୍ରଦେଶର କୋଲୁର ପଞ୍ଚାୟତ ସରପଞ୍ଚ ସୁନ୍ଦର ରାଓଙ୍କ କହିବା ଅନୁଯାୟୀ, ଏହା ସରକାରୀ ଅଧିକାରୀଙ୍କ ଦ୍ୱାରା ଲଗାଯାଇଛି। ଆଉ ଏକ ଅସମର୍ଥିତ ସୂତ୍ର ଅନୁସାରେ, ସାଧାରଣ ଲୋକେ ଏହି କାମ କରିଥିବା ଜଣାପଡ଼ିଛି। ପ୍ରକୃତରେ ଏହା ସରକାରଙ୍କ କାମ ନା ସାଧାରଣ ଲୋକଙ୍କ କାମ ତାହା ସ୍ପଷ୍ଟ ହୋଇ ନାହିଁ।