ଘରେ ରହି ଚିକିତ୍ସିତ ହେବେ ଗ୍ରାମାଞ୍ଚଳର କରୋନା ରୋଗୀ

ଭୁବନେଶ୍ୱର: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ବି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ରୋଗୀ। ଲକ୍ଷଣବିହୀନ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଚାହିଁଲେ ହୋମ୍ ଆଇସୋଲେସନ୍‌ରେ ରହିପାରିବେ। ତେବେ ଏମାନଙ୍କର ଅନ୍ୟ କୌଣସି ଜଟିଳ ରୋଗ ନଥିଲେ ହିଁ ହୋମ୍ ଆଇସୋଲେସନ୍‌କୁ ଅନୁମତି ଦିଆଯାଇପାରିବ। ଏନେଇ SRCଙ୍କ କାର୍ଯ୍ୟାଳୟ ପକ୍ଷରୁ ପରିବର୍ଦ୍ଧିତ ଗାଇଡଲାଇନ୍ ଜାରି କରାଯାଇଛି।

ସରପଞ୍ଚ କିମ୍ବା ଜିଲ୍ଲାପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ ଅନ୍ୟ କୌଣସି ଅଧିକାରୀ ଏହାର ନୋଡାଲ୍ ଅଫିସର ରହିବେ। ପୂର୍ବରୁ କେବଳ ସହରାଞ୍ଚଳ ପାଇଁ ଏଭଳି ବ୍ୟବସ୍ଥା ଥିଲା।

ଆଜି(ଗୁରୁବାର) ଗଣମାଧ୍ୟମକୁ ସୂଚନା ଦେଇ ଏସସିଏସ୍ କହିଥିଲେ ଯେ ଏବେ ୧୯ ଜାଗାରେ ଟେଷ୍ଟିଂ ହେଉଛି, ୧୦ ଦିନରେ ଆଉ ୬ ଜାଗାରେ ହେବ। ଆଜି ଦିନରେ ୧୧ ହଜାର ଟେଷ୍ଟ ହେଉଛି, ଆଗକୁ ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ ବେଡ୍ ବଢ଼ିଛି। ଅଗଷ୍ଟ ୩୧ ଭିତରେ କେତେ କେସ୍ ହେବ, ଏବେଠୁ ବେଡ୍ ବଢ଼ାଇଛୁ ବୋଲି ସେ କହିଛନ୍ତି।

ସେହିପରି ଘରେ ଚିକିତ୍ସାକୁ ନେଇ ସେ କହିଛନ୍ତି ଯେ ଲକ୍ଷଣ ନଥିବା ରୋଗୀ ନିଜ ଘରେ ରହି ଚିକିତ୍ସିତ ହୋଇପାରିବେ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ, ଘରେ ରହି ଚିକିତ୍ସିତ ହୋଇପାରିବେ। ଲକ୍ଷଣହୀନ ଘରେ ରହି ଚିକିତ୍ସା ହେଲେ ମେଡିକାଲରୁ ବୋଝ କମିବ। ଆସନ୍ତା ୪ ମାସ ପାଇଁ ସବୁ ଔଷଧ, ପିପିଇ କିଟ୍ ମହଜୁଦ ରହିଛି ବୋଲି ସେ କହିଛନ୍ତି।ଘ

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like