କରୋନା ମୁକାବିଲା: ହସ୍‌ପିଟାଲ୍‌ରେ ୨ ହଜାର ଶଯ୍ୟା ପାଇଁ ପ୍ରସ୍ତୁତି

କଟକ: କରୋନା ମୁକାବିଲା ପାଇଁ କଟକ ଜିଲ୍ଳା ପ୍ରଶାସନର ଜୋରଦାର ପ୍ରସ୍ତୁତି। ଏସ୍‌ସିବି ମେଡ଼ିକାଲ୍, ସିଏମ୍ସିର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ସହ ଗ୍ରାମାଞ୍ଚଳ ଏବଂ ଘରୋଇ ହସ୍ପିଟାଲ୍‌ରେ ମୋଟ ୨ ହଜାର ଶଯ୍ୟାର ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଏସ୍‌ସିବିରେ ୫ ଶହରୁ ୭ଶହ ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବାବେଳେ ଏହାକୁ ହଜାରେକୁ ବୃଦ୍ଧି ପାଇଁ ଯୋଜନା ଥିବା କହିଛନ୍ତି କଟକ ଜିଲ୍ଲାପାଳ।

ଆବଶ୍ୟକ ହେଲେ ଏସ୍‌ସିବି ପରିସରର ନର୍ସିଂ ହଷ୍ଟେଲ୍‌କୁ ମଧ୍ୟ କରୋନା ୱାର୍ଡ ଏବଂ ଏସ୍‌ସିବିକୁ ନୋଡାଲ୍ ସେଣ୍ଟର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଘରୋଇ ହସ୍ପିଟାଲ୍‌ରେ ମଧ୍ୟ କରୋନା ସନ୍ଦିଗ୍ଧଙ୍କ ପାଇଁ ବେଡ୍ ବ୍ୟବସ୍ଥା କରାଯିବା ସହ ୪୦ ପ୍ରତିଶତ କେବଳ କରୋନା ରୋଗୀଙ୍କ ଲାଗି ସଂରକ୍ଷିତ ରଖାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

You might also like