ଏଥର ଓଡ଼ିଶା ବାହାରେ ବି ହେବ OJEE ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର। ରାଜ୍ୟ ବାହାରେ ୩ଟି ସ୍ଥାନରେ ଅନ୍‌ଲାଇନ୍ ପରୀକ୍ଷା କେନ୍ଦ୍ର କରିବାକୁ OJEE ନିଷ୍ପତ୍ତି ନେଇଛି। ଏହିସବୁ କେନ୍ଦ୍ର ହେଲା ପାଟନା, ରାଞ୍ଚି ଏବଂ କୋଲକାତା।

ସେହିପରି ରାଜ୍ୟରେ ମଧ୍ୟ ଆଉ କିଛି ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ନିଷ୍ପତ୍ତି ହୋଇଛି। ପୂର୍ବ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ର ଛଡ଼ା ବଲାଙ୍ଗିର, ପାରଳାଖେମୁଣ୍ଡି, ଜଗତସିଂହପୁର, ଯାଜପୁର, ନୟାଗଡ଼ ଓ ଫୁଲବାଣୀରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି। ଆବେଦନକାରୀ ଅନ୍‌ଲାଇନ୍ ଯୋଗେ ନିଜ ପରୀକ୍ଷା କେନ୍ଦ୍ର ବଦଳାଇପାରିବେ।

You might also like