ସାମ୍ୱାଦିକଙ୍କୁ କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ସାମିଲ ପାଇଁ ଚିଠି ହୋଇଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ସାମିଲ ପାଇଁ ଦାବି ହୋଇଛି। ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ସାମିଲ କରିବାକୁ କହିଛନ୍ତି। ବିଶେଷ କରି ଏୟାରପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ମିଳୁ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ଟିକା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ତ୍ୱରିତ ପଦକ୍ଷେପ ନେଇ ଉପରୋକ୍ତ ବର୍ଗଙ୍କୁ ସାମିଲ ପାଇଁ ନିବେଦନ କରିଛନ୍ତି।
କରୋନା ବିରୋଧରେ ଭାରତର ମେଗା ଅଭିଯାନ ଆରମ୍ଭ ଜାନୁଆରୀ ୧୬ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏବେ ବୃଦ୍ଧ, ବୃଦ୍ଧା ଓ ରୋଗାଗ୍ରସ୍ତ ଲୋକଙ୍କୁ ଟିକା ଦିଆ ଯାଉଛି। ମଙ୍ଗଳବାର ଗୋଟିଏ ଦିନରେ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି।
You might also like