• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ସୁନ୍ଦରଗଡ଼: ସମଗ୍ର ଦେଶରେ କରୋନା ଭାଇରସ ଦିନକୁ ଦିନ ଚିନ୍ତାକୁ ବଢ଼ାଇବାରେ ଲାଗିଛି। ଏହି ମହାମାରୀ ଭାଇରସ ବିରୋଧରେ ଚାଲିଥିବା ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର ଓ ପୋଲିସ l ନିଜ ପରିବାରକୁ ପର କରି ସେମାନେ ଦିନରାତି ଏକ କରିଦେଇଛନ୍ତି ମାନବ ଜାତିକୁ ରକ୍ଷା କରିବା ପାଇଁ । ଏପରି ସ୍ଥିତିରେ ବ୍ୟକ୍ତିଗତ ସ୍ୱାର୍ଥ ସେମାନଙ୍କ ଆଗରେ ତୁଚ୍ଛ ହୋଇଛି l

ଏପରି କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ଓଡିଶା ପୁଲିସର ଦୁଇ ମହିଳା କର୍ମଚାରୀ । କରୋନା ଭଳି ବିପତ୍ତି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇ ସେମାନେ ନିଜ ବିବାହକୁ ସ୍ଥଗିତ ରଖି ଦେଇଛନ୍ତି। ପୁଲିସ ଡିଜି ଅଭୟ ମଧ୍ୟ ସେମାନଙ୍କ ଏପରି ପଦକ୍ଷେପକୁ ପ୍ରଶଂସା କରିବାକୁ ଭୁଲିନାହାନ୍ତି l

ସୁନ୍ଦରଗ଼ଡ ଜିଲ୍ଲାର ମହିଳା କନଷ୍ଟେବଲ ସୁନୀତା ଅଢା ନିଜ ବିବାହ ଉତ୍ସବକୁ ଘୁଞ୍ଚାଇ ଦେଇଛନ୍ତି।  ସେହିଭଳି ପୂର୍ବରୁ ସ୍ଥିର ହୋଇଥିଲେ ବି ବର୍ତ୍ତମାନ ସମୟରେ କର୍ତ୍ତବ୍ୟ ଆଗ ହୋଇଥିବାରୁ ବିବାହକୁ ବାତିଲ କରିଛନ୍ତି ମହିଳା ହୋମଗାର୍ଡ ତିଳୋତମା ମେହର । ଉଭୟ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ  ଅଛନ୍ତି l

ଆସନ୍ତା ୨୪ ତାରିଖରେ ସୁନୀତାଙ୍କ ବିବାହ ଉତ୍ସବ ଥିବାବେଳେ ଗତ ୧୨ ତାରିଖରେ ହୋମଗାର୍ଡ ତିଳୋତମାଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା l ଉଭୟଙ୍କର ଏଭଳି ନିଷ୍ପତ୍ତି ଲାଗି ଦୁହିଁଙ୍କୁ ପୁଲିସି ଡିଜି ଅଭୟ ପ୍ରଶଂସା କରିଛନ୍ତି।

 

 

 

Odisha-2-police-staff-postpone-their-marriage-for-duty
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories