କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Umifenovir ? ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା ଆଣିବ କି, ଫ୍ଲୁ ଔଷଧ ‘ୟୁମିଫେନୋଭିର୍’(Umifenovir) ? ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ, ଏହା ଉପରେ ଜାପାନରେ ରହି ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଆଦିତ୍ୟ କୁମାର ପାଢ଼ୀ। ରାୟଗଡ଼ାରେ ତାଙ୍କ ଘର।

ଏହି ଆଣ୍ଟି-ଭାଇରାଲ୍ ଡ୍ରଗ୍‌ର କିଛି ରାସାୟନିକ ବୈଶିଷ୍ଟ୍ୟ କରୋନା ଭୂତାଣୁକୁ ନଷ୍ଟ କରିବାରେ ସକ୍ଷମ ବୋଲି ଗବେଷକମାନେ ଆଶା କରୁଛନ୍ତି। ଚୀନରେ କରୋନା ଚିକିତ୍ସା ପାଇଁ ‘ୟୁମିଫେନୋଭିର୍’ ବ୍ୟବହୃତ ହେଉଛି। ତେବେ ଭାରତରେ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଜାରି ରହିଛି। ଯୁବ ବୈଜ୍ଞାନିକ ଆଦିତ୍ୟଙ୍କ ସମେତ ଭୁବନେଶ୍ୱର NISER ଛାତ୍ର ଅନିରୁଦ୍ଧ ସିଲ୍ ଏବଂ ସିଲଂ ନର୍ଥ ଇଷ୍ଟର୍ଣ୍ଣ ହିଲ୍ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ୍ ପ୍ରଫେସର ତିମିର ତ୍ରିପାଠୀ ‘ୟୁମିଫେନୋଭିର୍’ ଉପରେ ଗବେଷଣା କରୁଛନ୍ତି। ଏହି ଗବେଷଣାର ଓଡ଼ିଆ ପୁଅ ଆଦିତ୍ୟ ନେତୃତ୍ୱ ନେଇଛନ୍ତି।

ଏବେ ଜାପାନର ରିକେନ୍ ଗବେଷଣା ପ୍ରତିଷ୍ଠାନରେ ଆଦିତ୍ୟ ରିସର୍ଚ୍ଚ କରୁଛନ୍ତି। ବିପିୟୁଟିରୁ B-TECH ପରେ ଆଇଆଇଟି ଦିଲ୍ଲୀରେ ସେ ପିଏଚଡି ହାସଲ କରିଥିଲେ।

You might also like