ଘରକୁ ଫେରି ନ ପାରି ଜୀବନ ହାରିଲେ ଓଡ଼ିଆ ଯୁବକ

ଆଳି: ଲକ୍‌ଡାଉନ୍‌ ପରେ ଘରକୁ ଫେରି ନ ପାରି ଜଣେ ଓଡ଼ିଆ ଯୁବକ ହରିୟାଣାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ବାଜପୁର ଗାଁରେ। ତାଙ୍କ ନାଁ ଗଙ୍ଗାଧର ବିଶ୍ୱାଳ।

ଗଙ୍ଗାଧର ହରିୟାଣାର ଯମୁନାନଗରରେ ରହି ଏକ ପ୍ଲାଏଉଡ୍‌ କମ୍ପାନୀରେ କାମ କରୁଥିଲେ। କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍‌ଡାଉନ୍ ଜାରି ହେବା‌ ଯୋଗୁ କମ୍ପାନୀଟି ବନ୍ଦ ହୋଇଯାଇଥିଲା। ଏହାପରେ ଘରକୁ ଫେରିବାକୁ ସେ ବହୁ ଚେଷ୍ଟା କରିଥିଲେ। କିନ୍ତୁ ଫେରି ପାରିନଥିଲେ।

ଉପାୟଶୂନ୍ୟ ହୋଇ ଗଙ୍ଗାଧର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଥିଲେ। ଏନେଇ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମାଧ୍ୟମରେ ସେ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଥିଲେ। ଏହି ଭିଡିଓରେ କମ୍ପାନୀ ମାଲିକ ଓ ରାଜ୍ୟ ସରକାର ସାହାଯ୍ୟ କରୁ ନ ଥିବା ସେ ଅଭିଯୋଗ କରିଥିଲେ।

ଯଦି ସାହାଯ୍ୟ ନ ମିଳେ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହିଥିଲେ। ତେବେ ଏହାର କିଛି ଦିନ ପରେ ତାଙ୍କ ମୃତଦେହ ମିଳିଛି। ଗଛରେ ରଶି ଲଗାଇ ସେ  ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଯାହାକୁ ନେଇ ଏବେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। କୁହାଯାଉଛି, କିଛି ସହଯୋଗ ନ ପାଇ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ,ଘରକୁ ଫେରିବାର କିଛି ଉପାୟ ନ ପାଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି।

ଆହୁରି ପଢ଼ନ୍ତୁ

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

You might also like