ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବକୁଳ ବନରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଏଥିପାଇଁ ଆବଶ୍ୟକ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବକୁଳ ବନର ପରିବେଶ ଓ ଐତିହ୍ୟକୁ ଦୃଷ୍ଟିରେ ରଖି ଏଠାରେ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାରେ ଛାତ୍ରଛାତ୍ରୀମାନେ ପିଜି, ପିଏଚ୍ଡି ଓ ଏମ୍ଫିଲ୍ ସହ ଉଚ୍ଚତର ଗବେଷଣା କରିପାରିବେ।
ସେପଟେ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ‘ବକୁଳ ବନ ଏକ ଐତିହାସିକ ସ୍ଥାନ। ବିଶ୍ୱବିଦ୍ୟାଳୟ ହେଲେ ସେହି ସ୍ଥାନ ଆଉ ସେହି ନାଁରେ ପରିଚିତ ହେବନାହିଁ। ତାକୁ ଓଡ଼ିଆ ବିଶ୍ୱବିଦ୍ୟାଳୟ ବୋଲି ସମସ୍ତେ କହିବେ। ସେ ବକୁଳ ବନ ଆଉ ରହିବ ନାହିଁ। ବକୁଳ ବନ ନରହିଲେ ଗୋପବନ୍ଧୁ ଦାସଙ୍କ ନାଁ ଆଉ ରହିବ ନାହିଁ।