ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟର ପେଜ୍ରେ ସ୍ଥାନ ପାଇଲା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଭିଡିଓ
ନୟାଗଡ଼: ଟ୍ରାଫିକ ଓ ହେଲମେଟ୍ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ଭିଡିଓ କରିଥିଲେ। ଏହି ଭିଡିଓ ପାଇଁ ଦିନେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓଟି ଏବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦମନ୍ତ୍ରୀଙ୍କ ଟ୍ୱିଟର ପେଜ୍ରେ ସ୍ଥାନ ପାଇଛି।
ନୟାଗଡ଼ ଜିଲ୍ଲା ନୋଟାରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ୍ ଆଇଡିଆ କଂପିଟିସନ- ୨୦୨୦ରେ ପ୍ରଥମ ପୁରସ୍କାର ବିଜୟୀ ହୋଇଛନ୍ତି। ସବୁଠାରୁ ଖୁସିର କଥା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କର ଏହ ସଚେତନତା ଭିଡିଓକୁ ନିଜ ଟ୍ୱିଟରରେ ପୋଷ୍ଟ କରିବା ସହ ଶୁଭେଚ୍ଛା ଜଣାାଇଛନ୍ତି । ଛାତ୍ରଛାତ୍ରୀମାନେ ଛୋଟିଆ ଭିଡିଓ ମାଧ୍ୟମରେ ଟ୍ରାଫିକ ନିୟମ ସଂପର୍କରେ ସୁନ୍ଦର ଭାବେ ସଚେତନ କରାଇଥିବା ନବୀନ କହିଛନ୍ତି ।
ସେତିକି ନୁହେଁ, କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଏହି ଭିଡିଓକୁ ପୋଷ୍ଟ କରି ଛାତ୍ରଛାତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଏହି ଭିଡିଓ ଏବେ ପୁଣି ଭାଇରାଲ୍ ହୋଇଛି । ଛାତ୍ରଛାତ୍ରୀ ଏହି ଭିଡିଓରେ ଅଭିନୟ କରିଥିବାବେଳେ ବିଦ୍ୟାଳୟର ସଂଗୀତ ଶିକ୍ଷକ କୁରେଶ ସାହୁ ଏହାର ନିର୍ଦ୍ଦେଶନା ଦେଇଥିଲେ । ଶିକ୍ଷକ ବିଭୁପ୍ରସାଦ ସାହୁ ଗୀତଟି ରଚନା କରିଥିଲେ।
ଗୀତରେ ଗୀତରେ ଛାତ୍ରଛାତ୍ରୀ ଟ୍ରାଫିକ ନିୟମକୁ ସୁନ୍ଦର ଭାବେ ବୁଝାଉଛନ୍ତି। ଏହାର ଗୀତ, ଉପସ୍ଥାପନା ବେଶ ମନଛୁଆଁ ହୋଇଛି।