ତ୍ରିପୁରାରେ ଓଡ଼ିଆ ଛାତ୍ରଙ୍କୁ ନିର୍ଯାତନା

ଅଗରତାଲା: ତ୍ରିପୁରାରେ ଓଡ଼ିଆ ଛାତ୍ର ଓ ଶିକ୍ଷକଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି। ଅଗରତାଲା ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୯୦ ଜଣ ଓଡ଼ିଆ ଓ ୧୦ଜଣ ଶିକ୍ଷକ ଏଭଳି ଅଭିଯୋଗ ଆଣିଛନ୍ତି।

ସ୍ଥାନୀୟ ଲୋକ ନିର୍ଯାତନା ଦେଉଥିବା ନେଇ ଛାତ୍ରମାନେ ଗତ ୨୦ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର କୁଳପତିଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଏମିତିକି ସ୍ଥାନୀୟ ଲୋକ ଓ ତ୍ରିପୁରା ଛାତ୍ର ଓଡ଼ିଆ ପିଲାଙ୍କୁ ମାଡ଼ ମାରିଥିବା ସେମାନେ ଅଭିଯୋଗ କରିବା ସହ ସୁରକ୍ଷା ଦାବି କରିଛନ୍ତି। ତେବେ ଏ ନେଇ ଅଗରତାଲା ସଂସ୍କୃତ ସଂସ୍ଥାନର ପ୍ରତିକ୍ରିୟା ମିଳିନାହିଁ।

You might also like