• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଅନୁଗୁଳ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ ବାଧା, ସବୁ ପ୍ରତିବନ୍ଧକ। ଇଚ୍ଛାଶକ୍ତି ଥିଲେ ଯେ କୌଣସି ପରିସ୍ଥିତିରେ ବି ମିଳେ ସଫଳତା।  ଏହି ପଂକ୍ତିକୁ ଏବେ ସତ କରି ଦେଖାଇଛନ୍ତି ଅନୁଗୁଳର କୁନି ଇଞ୍ଜିନିୟର୍ ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀରେ ପଢ଼ନ୍ତି, ହେଲେ କୌଣସି ଇଞ୍ଜିନିୟଙ୍କଠାରୁ ସେ କମ ନୁହନ୍ତି।

ଶୁଭ୍ରାଂଶୁଙ୍କ ଉଭାବନ ପାଇଁ ଏବେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ସ୍ପେଶ ଏଜେନ୍ସି NASA ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନାସା ପକ୍ଷରୁ ଆୟୋଜିତ ଅଏମ୍ସ ସ୍ପେଶ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କୁ ସୁଯୋଗ ମିଳିଛି। ପୁରା ଭାରତ ବର୍ଷରୁ ଦୁଇ ଜଣ ଏଥିରେ ଅଂଶ ଗ୍ରହଣ କରିବେ। ଆଉ ସେଥିରେ ରହିଛନ୍ତି ଶୁଭ୍ରାଂଶୁ।

ଅନୁଗୋଳ ହୁଲୁରିସିଂହା ଗାଁର ଶୁଭ୍ରାଂଶୁ ନାୟକ। ମାତ୍ର ୧୪ ବର୍ଷ ବୟସରେ ଶୁଭ୍ରାଂଶୁ ନିର୍ମାଣ କରିଛନ୍ତି ମର୍ଡନ୍ ଡ୍ରୋନ୍ ମାଭିକ୍। ଅନ୍ୟ ଡ୍ରୋନ୍‌ଠାରୁ ଟିକେଏ ଅଲଗା ଏଇ ମାଭିକ୍ ଡ୍ରୋନ।  ଦୁର୍ଗମ ଅଞ୍ଚଳରେ ଯେଉଁଠି ଡାକ୍ତର ପହଞ୍ଚିବା ଅସମ୍ଭବ, ସେଠି  ପହଞ୍ଚିବ ମାଭିକ। ଏହାର ଆପ୍‌ରେ ସେଟିଂ କରିବା ପରେ ଏହା ଠିକଣା ଜାଗାକୁ ଯିବ । ଦୁର୍ଘଟଣା କିମ୍ବା କ୍ଷତି ନପହଞ୍ଚିବା ପାଇଁ ଏଥିରେ ଲାଗିଛି ଅଲଟ୍ରା ସେନସର୍ ଓ କ୍ୟାମେରା।

୩ କିଲୋମିଟର୍ ଯାଏ ସ୍ଥଳ ପଥରେ ଏହା ଉଡ଼ି ପାରିବ ଏବଂ ୧୫ କିଲୋ ଓଜନ୍ ବୋହିବାର କ୍ଷମତା ମାଭିକ୍ ପାଖରେ ରହିଛି । ଏହି ନୂଆ ଡ୍ରୋନ ସାହାଯ୍ୟରେ କୌଣସି ବି ଅପହଞ୍ଚ ଅଞ୍ଚଳକୁ ସହାୟତା ପଠାଯାଇପାରିବ।

ବାପା ଲକ୍ଷ୍ମଣ ନାୟକ ଓ ସୁଲୋଚନା ନାୟକଙ୍କ ଏକମାତ୍ର ପୁଅ ହେଉଛି ଶୁଭ୍ରାଂଶୁ । ଅନୁଗୋଳ ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରରେ ନବମ ଶ୍ରେଣୀର ଛାତ୍ର । ଅଭାବ ଅନଟନରେ କଟେ  ସମୟ । କାରଣ ବାପା ଜରି ଅଖା ଯୋଗାଡ଼ କରି ତାକୁ ବ୍ୟାଗ ରୂପେ ତିଆରି କରି ବଜାରରେ ବିକ୍ରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଯାହା ରୋଜଗାର କରନ୍ତି ପୁଅ ଶୁଭ୍ରାଂଶୁର ପାଠ ପଢ଼ାରେ  ଖର୍ଚ୍ଚ କରିଥାନ୍ତି । ଅଭାବରେ ଚଳି ଶୁଭ୍ରାଂଶୁଙ୍କ ସ୍ୱପ୍ନ ସାକାର ନିମନ୍ତେ ଉଦ୍ୟମ କରିଥାନ୍ତି । ଶୁଭ୍ରାଂଶୁ ମଧ୍ୟ ବାପାଙ୍କ ପରିଶ୍ରମ ବୃଥା ହେବାକୁ ନ ଦେଇ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନ ପୂରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ଡ଼ିସେମ୍ବର ୧ ତାରିଖରେ ନାସା ସ୍ପେଶ ସେଟଲମେଣ୍ଟ  ପ୍ରତିଯୋଗିତା ହେବାକୁ ଥିବାବେଳେ  ଏବେ ନାସାର ନିମନ୍ତ୍ରଣ ପାଇବା ପରେ ନଭେମ୍ଭର ୨୭ ତାରିଖରେ ଆମେରିକା ଗସ୍ତ କରିବେ ଶୁଭ୍ରାଂଶୁ।

Odia-scientist-will-go-to-nasa
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories