ବାହାରିନ୍‌ରେ ଓଡ଼ିଆ ନବ ବର୍ଷ ପାଳିତ

ଭୁବନେଶ୍ୱର: ଉପସାଗରୀୟ ଦେଶ ବାହାରିନ୍‌ରେ ଓଡ଼ିଆ ନବ ବର୍ଷ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଆଡଲିୟାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଅବସରପ୍ରାପ୍ତ କୁଟନୀତିଜ୍ଞ ଲଲିତ୍ ମାନସିଂହ ଏବଂ ବାହାରିନ ଶ୍ରମ ଓ ସମାଜ କଲ୍ୟାଣ ମନ୍ତ୍ରୀ ଅହମ୍ମଦ ଅଲ ହାଇକି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ‘ବାହାରିନ୍ ଉତ୍କଳିକା ୨୦୧୯’ ଉନ୍ମୋଚିତ ହୋଇଥିଲା। ପରେ ବିଭିନ୍ନ କଳାକାରଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସାଂସକୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା।

You might also like