ଆଖି ବୁଜିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନି

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଆଉ ଜଣେ ତାରକା ଆଖି ବୁଜିଲେ। ଓଡ଼ିଆ  ଫିଲ୍ମ ଦୁନିଆର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ ହୋଇଯାଇଛି। କଟକ ବାସଭବନରେ ୮୫ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି ଏ ନେଇ ଆଦେନିଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।  
ଆଦେନି ଅନେକ ସୁପରହିଟ୍‌ ଗୀତ ଓଡ଼ିଆ ସଙ୍ଗୀତ ଦୁନିଆକୁ ଭେଟି ଦେଇଛନ୍ତି।  ଅନୁତାପ ସହ ଅନେକ ଓଡ଼ିଆ ହିଟ୍ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ସେ ଥିଲେ। ତାଙ୍କ ନିର୍ଦ୍ଦେଶିତ ନିଦ ଭରା ରାତି, ନୁପୁର କାହିଁକି ମୁଁ ବାନ୍ଧିଲି, ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନି…ଏବେ ବି ଓଡ଼ିଆ ସଙ୍ଗୀତ ପ୍ରେମୀ କଣ୍ଠରୁ ଗୁଣୁଗୁଣୁ ହୋଇ ବାହାରି ଆସେ।
ସେହିପରି ୧୯୭୬ ମସିହାର ହୀରା ମୋତି ମାଣିକ ଫିଲ୍ମର ନିର୍ଦ୍ଦେଶନା ବି ଦେଇଥିଲେ। ତାଙ୍କ ପରିଲୋକରେ ଓଡ଼ିଆ ସଙ୍ଗୀତ ଦୁନିଆରେ ଶୋକର ଲହରୀ ଖେଳି ଯାଇଛି। 
You might also like