ଶ୍ରୀକାକୁଲମ: ଲକଡାଉନ୍ରେ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ଆକୁଳ ନିବେଦନ। କର୍ଣ୍ଣାଟକର ମାଙ୍ଗାଲୋରରୁ ଗତ ମାର୍ଚ୍ଚ ୨୭ ତାରିଖରେ ବାହାରି ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲାରେ ଏପ୍ରିଲ ୧ ତାରିଖରୁ କ୍ୱାରେଣ୍ଟିନ୍ରେ ରହିଛନ୍ତି। ଗଞ୍ଜାମ ଚିକିଟି ବ୍ଲକ ରମେୟାପାଟଣା ଓ ସୋନପୁର ଅଞ୍ଚଳର ମତ୍ସ୍ୟଜୀବୀ କ୍ୱାରେଣ୍ଟିନ୍ ରହିବାର ୩୫ ଦିନ ହେଲାଣି ସମସ୍ତଙ୍କୁ ଗୁହାରି କରୁଥିଲେ ମଧ୍ୟ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି। ନା ଆନ୍ଧ୍ର ସରକାର ନା ଓଡ଼ିଶା ସରକାର କେହି ଶୁଣୁନାହାନ୍ତି। ଚିକିଟି ବିଧାୟିକା, ତହସିଲଦାର, ସୋନପୁର ସରପଞ୍ଚ ସମସ୍ତଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।
ରାଜ୍ୟ ସରକାର ସୁରତରୁ ଲୋକଙ୍କୁ ଆଣିବା ପାଇଁ ଟ୍ରେନ କରିଥିବା ବେଳେ ଓଡ଼ିଶା ସୀମାନ୍ତ ଶ୍ରୀକାକୁଲମ୍ରେ ଫସିଥିବା ମତ୍ସ୍ୟଜୀବୀଙ୍କ କଥା ବିଚାର କରନ୍ତୁ ବୋଲି ନିବେଦନ କରିଛନ୍ତି ଏହି ମତ୍ସ୍ୟଜୀବୀମାନେ।
ସେଠାକାର ଜିଲ୍ଲାପାଳ କହୁଛନ୍ତି ଯେ ଗଞ୍ଜାମ ଜିଲ୍ଲାପାଳ ପରମିସନ୍ ଦେଲେ ହେବ। ଏଠାକାର ତହସିଲଦାର କହୁଛନ୍ତି ସେଠାକାର ଜିଲ୍ଲାପାଳ ପରିମିସନ୍ ଦେବାକୁ ପଡ଼ିବ। ଏଭଳି ସ୍ଥିତିରେ ଆଉ କେତେ ଦିନ ଏମିତି ସଙ୍ଗରୋଧ ହୋଇ ପଡ଼ିରହିବେ ବୋଲି ପ୍ରଶ୍ନ କରିଛନ୍ତି।