ଖୋର୍ଦ୍ଧାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ଏମାନେ ରହିବେ କେଉଁଠି?

ଭୁବନେଶ୍ୱର: ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍‌ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍‌ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍‌ର ୯ ଜଣ ଅଛନ୍ତି। ସୁରତରୁ ଫେରିବା ପରେ ସମସ୍ତଙ୍କୁ ବିଭିନ୍ନ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସୁରତରୁ ୨୩ ଜଣ ପ୍ରବାସୀ ଓଡ଼ିଆ ସମ୍ବଲପୁର କୁଚିଣ୍ଡାକୁ ଫେରିଛନ୍ତି। ସମସ୍ତଙ୍କୁ ଏବେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କୁଚିଣ୍ଡା ସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ସମସ୍ତଙ୍କୁ ରଖାଯାଇଛି।

୨୩ ଜଣଙ୍କ ମଧ୍ୟରୁ ବାମାନକିରା ବ୍ଲକ୍‌ର ୧୬ ଓ ଜମନକିରା ବ୍ଲକ୍‌ ୩ ଜଣ ଅଛନ୍ତି। ସୁରତ ଫେରନ୍ତାଙ୍କୁ ନିଜ ନିଜ ଗାଁକୁ ନେବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ସୂଚନା ଦିଆଯାଇଥିବା କୁଚିଣ୍ଡା ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ

କାହିଁକି ଦେବୀଙ୍କ ଘରେ ପଶିଲା CBI ?

ଭିନ୍ନ ଭିନ୍ନ ନମ୍ବର ପ୍ଲେଟ୍‌ ବ୍ୟବହାର କରାଯାଇ ବୋଲେରୋରେ ଏମିତି ଚାଲାଣ ହେଉଥିଲା ଗଞ୍ଜେଇ

ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ CBI ରେଡ୍‌

ପ୍ରକାଶ ପାଇଲା +୨ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ

Corona Deaths in Odisha: ୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ଆକ୍ରାନ୍ତ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ପୁରୀରେ ଚିନ୍ତା ବଢ଼ାଉଛି କରୋନା: ୮ ଦିନରେ ଦୁଇଗୁଣା ହେଲା ମୃତ୍ୟୁ ସଂଖ୍ୟା

ଟ୍ୱିନ୍‌ସିଟିରେ ଆକ୍ସନ ମୋଡ୍‌ରେ ପୋଲିସ୍: ସାବାଡ୍‌ ହେଉଛନ୍ତି କୋଭିଡ୍ ନିୟମ ଉଲ୍ଲଂଘନକାରୀ

‘ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି’

ଓଡ଼ିଶାରେ ଅତି ଭୟଙ୍କର ହେଲାଣି ଗୋଷ୍ଠୀ ସଂକ୍ରମଣ

ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

ଆମେରିକାରେ ଜଲୱା ଦେଖାଲେ ଓଡ଼ିଆ ପୁଅ

You might also like