ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ଓଡ଼ିଆଙ୍କ ଭିଡ଼

ସୁରତ: ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ପ୍ରବାସୀ ଓଡ଼ିଆ ଅପେକ୍ଷାରତ। କିଏ ବସ୍‌ରେ ଫେରିବାକୁ ଅପେକ୍ଷା କରି ରହିଛନ୍ତି ତ ଆଉ କିଏ ଟ୍ରେନ୍‌ରେ। ଏ ହେଉଛି ଅପେକ୍ଷା ବେଳର ଦୃଶ୍ୟା ଲମ୍ବା ଲାଇନ୍ ଲଗାଇ ଛିଡ଼ା ହୋଇଛନ୍ତି ସମସ୍ତେ। ସୁରତ ପାଣ୍ଡେସରା ସ୍ଥିତ ବନ୍ଦୋଡ୍ ଇଲାକାର ଏ ହେଉଛି ଏକ ସେତେବେଳର ଫଟୋ।

ଯେଉଁଠି ଲୋକେ ସାମାଜିକ ଦୂରତ୍ୱ ମାନି ନିଜ ନିଜ ବସ୍‌କୁ ଅପେକ୍ଷା କରି ରହିଛନ୍ତି। ଅବଶ୍ୟ ଏମାନଙ୍କ ମଧ୍ୟରେ ଅନ୍ୟ ରାଜ୍ୟର ଲୋକେ ବି ଅଛନ୍ତି। ତେବେ ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ ପ୍ରବାସୀମାନେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ବସ୍‌ଗୁଡ଼ିକୁ ବୁକ୍ କରିଥିଲେ।

ଏ ସମ୍ପର୍କରେ ପ୍ରଶାସନକୁ ଜଣାଇବା ପରେ ସମସ୍ତଙ୍କୁ ବ୍ୟବସ୍ଥିତ କରି ଏବଂ ସୁରକ୍ଷିତ ଭାବେ ସେମାନଙ୍କ ଘରକୁ ପଠାଇବା ପାଇଁ ଯୋଜନା କରିଥିଲା ପ୍ରଶାସନ, ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।

You might also like