ନୂଆପଡ଼ା : ଆନ୍ଧ୍ର ପ୍ରଦେଶ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଅଭିଯୋଗ। ନିଖୋଜ ବ୍ୟକ୍ତି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍ କମକେଡ଼ା ଗାଁର ଯମାର ବିଶ୍ୱାଳ।
କିଛି ଦିନ ତଳେ ସେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ତାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରୁଥିବା ଫୋନ୍ରେ ପରିବାର ଲୋକଙ୍କୁ ଜଣାଇଥିଲେ।
ତେବେ ବର୍ତ୍ତମାନ କିଛି ଦିନ ହେଲା ତାଙ୍କ ସହ ପରିବାର ଲୋକେ ଯୋଗାଯୋଗ କରିପାରୁ ନଥିବା ଅଭିଯୋଗ କରିଛନ୍ତି। ଏମିତିକି ସେ ନିଖୋଜ ବୋଲି ସାଙ୍ଗରେ ଥିବା ଶ୍ରମିକ କହୁଥିବା ପରିବାର ଲୋକେ କହିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ଶ୍ରମ ବିଭାଗ ନିକଟରେ ନିବେଦନ କରିଛନ୍ତି।
ସେପଟେ ଏନେଇ ନୋଟିସ୍ କରାଯାଇଥିବା ଗ୍ରାମୀଣ ଶ୍ରମ ଇନ୍ସପେକ୍ଟର କହିଛନ୍ତି।
https://youtu.be/iczYD4jMw20