୨୫ ବର୍ଷ ଧରି ପାକିସ୍ତାନ‌ ଜେଲ୍‌ରେ ଥିଲେ ସୁନ୍ଦରଗଡ଼ର ବିରଜୁ

ରାଉଲକେଲା: ପ୍ରାୟ ୨୫ ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଜଙ୍ଗାଟୋଲି ଗାଁର ବିରଜୁ କୁଲୁ ପାକିସ୍ତାନରେ ଜେଲରେ ଥିଲେ ବୋଲି ଜଣାପଡ଼ିଛି। ସେ ଏବେ ପଞ୍ଜାବ ଅମୃତସରର ଏକ ହସ୍ପିଟାଲରେ ଅଛନ୍ତି କ୍ୱାରେଣ୍ଟିନ୍ ସମୟ ସାରିବା ପରେ ଘରକୁ ଫେରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।
୨୫ ବର୍ଷ ପୂର୍ବରୁ ବିରଜୁ ରାଞ୍ଚିର ଏକ ହୋଟେଲରେ କାମ କରୁଥିବା ବେଳେ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିଲେ ତେବେ ମାନସିକ ଅନଗ୍ରସର ଥିବା କାରଣରୁ ସେ ପାକିସ୍ତାନ ସୀମା ପାର କରିଯାଇଥିବା କୁହାଯାଉଛି। ତାଙ୍କୁ ପାକିସ୍ତାନ ପୋଲିସ ଗିରଫ କରିବା ପରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗିଥିଲେ।

ଲାହୋର ଜେଲ୍‌ରେ ୨୦ ବର୍ଷ ରହିବା ପରେ ଗତ ୨୬ ତାରିଖରେ ଜେଲ୍‌ରୁ ମୁକୁଳିଛନ୍ତି। ସେଠାରୁ ତାଙ୍କୁ ପାକିସ୍ତାନ ସରକାର ଭାରତକୁ ହସ୍ତାନ୍ତର କରିଛନ୍ତି।

ବିରଜୁ ଘରକୁ ଫେରିବା ଖବର ପାଇବା ପରେ ତାଙ୍କ ପରିବାରରେ ଖୁସିର ମାହୋଲ ଖେଳିଯାଇଛି। ବିରଜୁଙ୍କ ବାପା-ମାଆ ନଥିବା ବେଳେ ଏକମାତ୍ର ଭଉଣୀ ଏବେ ରାଜଗାଙ୍ଗପୁରର କୁକୁଡ଼ା ଗାଁରେ ରହୁଛନ୍ତି। ଦୀର୍ଘ ବର୍ଷ ପରେ ବିରଜୁ ଘରକୁ ଫେରୁଥିବାରୁ ପରିବାର ସଦସ୍ୟ ତାଙ୍କ ଆସିବା ବାଟକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି।

You might also like