ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

୩ ମାସର ମଜୁରୀ ଦେଇନି ଠିକାଦାର

ରାୟଗଡ଼ା : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ପୁଣି ନିର୍ଯାତନା ଅଭିଯୋଗ। କଲ୍ୟାଣସିଂପୁର ବ୍ଲକ୍‌ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକଙ୍କୁ ଗତ କିଛି ମାସ ତଳେ ରାୟଗଡ଼ାର ଜଣେ ଠିକାଦାର ହାଇଦ୍ରାବାଦରେ ବ୍ରିଜ୍‌ କାମରେ ନିୟୋଜିତ କରିଥିଲେ।

ଶ୍ରମିକମାନେ ସେଠାରେ ୩ ମାସ କାମ କରିଥିଲେ ବି ତାଙ୍କୁ ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରମ ବିଭାଗ ନିକଟରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଥାନାରେ ଏତଲା ଦେଇଛନ୍ତି ଶ୍ରମିକମାନେ।

ସେପଟେ ଏନେଇ ସମ୍ପୃକ୍ତ ଠିକାଦାରଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାୟଗଡ଼ା ଆଇଆଇସି କହିଛନ୍ତି।

You might also like