ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର :  ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ  ଏହି ମାନ୍ୟତା ଦିଆଯାଇଛି।

୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ ହେଉଛନ୍ତି ରାଣୀ। କିନ୍ନରମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ଆଡ଼େଇ ଦୃଢ଼ ଇଚ୍ଛା ଶକ୍ତି ବଳରେ ଏହି ସବୁ ଉପଲବ୍ଧି ହାସଲ କରିବାରେ ସଫଳ ହୋଇଛନ୍ତି ସେ । ଲୋକଙ୍କ ଟାହି ଟାପରାକୁ ଖାତିର ନକରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି ।

କେବଳ ଗାଡି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ହିଁ ତାଙ୍କୁ ଏହି ସଫଳତା ଦେଇଛି। ୨୦୧୭ ମସିହା ରଥଯାତ୍ରାରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ ରାଣୀ । ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା।

ରାଣୀ କୁହନ୍ତି ୨୦୧୬ ମସିହାରେ ସେ  ଅଟୋ ଚଳାଉଥିଲେ। ତାଙ୍କ ଅଟୋରେ କେହି ବସୁନଥିଲେ।  ସମସ୍ତେ ତାଙ୍କୁ ଅବହେଳିତ ଓ ନିଷ୍ପେସିତ ଭାବେ ଦେଖୁଥିଲେ। ହେଲେ  କୌଣସି  ସମସ୍ୟାରେ ଅଟକି ନଯାଇ , ଆଗେଇ ଚାଲିଥିଲେ। କିଛି କରି ଦେଖେଇବାର ଝୁଙ୍କ ତାଙ୍କ ମନରେ ଥିଲା ।

ଆହୁରି ମଧ୍ୟ ରାଣୀ କୁହନ୍ତି ଏହା ମୋର ଗର୍ବ ଓ ଗୌରବ ଯେ ସେ ଦେଶର ଏକ ନମ୍ବର ଉବେର ଚାଳକର ମାନ୍ୟତା ପାଇଛି। ୯୦ ପ୍ରତିଶତ ମହିଳା ମୋ ଗାଡ଼ିରେ ଯାଇଥାନ୍ତି ଓ  ମୋ ଗାଡ଼ିରେ ସମସ୍ତେ ନିରାପଦ ଭାବିଥାନ୍ତି’ ବୋଲି କିନ୍ନର ରାଣୀ କହିଛନ୍ତି। ଆଉ ମଧ୍ୟ ରାଣୀଙ୍କୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରସ୍ତୁତ କରିଛନ୍ତି ଆମେରିକାର କିଛି ପ୍ରତିନିଧି ଦଳ।

ରାଣୀ ଆଜି ନିଜର ଉଦ୍ୟମ ବଳରେ ଅନ୍ୟ କାହା ଆଗରେ ହାତ ନପତାଇ ନିଜେ ରୋଜଗାରକ୍ଷମ ହେବା ସହ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି।

ଅନ୍ୟ କିନ୍ନରଙ୍କ ପାଇଁ ସେ ନିଶ୍ଚୟ ଜଣେ ଆଦର୍ଶ ବ୍ୟକ୍ତିତ୍ୱ, ଏଥିରେ ସନ୍ଦେହ ନାହିଁ।

ଆହୁରି ପଢ଼ନ୍ତୁ

ପୁଣି ଚର୍ଚ୍ଚାରେ ରିଟର୍ଣ୍ଣିଂ ଅଫିସର

କମ୍‌ଦାମରେ ଖୁବ୍‌ଶୀଘ୍ର ଲଞ୍ଚ୍ ହେବ ଏହି ଆଇଫୋନ୍‌; ଆପଣ ବି କିଣିପାରିବେ

ଇଣ୍ଟର୍‌ନେଟ୍‌ ଓ ସିମ୍‌ ଅନ୍‌ ରହିବ କିନ୍ତୁ କଲ୍‌ ଆସିବନି ଚାହୁଁଛନ୍ତି ? ଜାଣନ୍ତୁ ସିକ୍ରେଟ୍‌ ଟ୍ରିକ୍ସ

ଏସ୍‌ପି ଅଫିସ ଆଗରେ ଜୋତା ସଫା କରୁଛନ୍ତି ଅବସରପ୍ରାପ୍ତ ଏସ୍‌ପି

ଦାଦାଙ୍କ ପ୍ରେମ କାହାଣୀ : ନିଜର ପ୍ରେମିକାଙ୍କୁ ଉଠାଇ ନେଇ ପଳାଇଥିଲେ ସୌରଭ

ଅସରପା ଟାଣୁଛି ସିଗାରେଟ୍‌ ! ଭିଡିଓ ଭାଇରାଲ

ଘରେ ବସି ଶସ୍ତାରେ ଗିଫ୍ଟ କରନ୍ତୁ 4G ଫୋନ୍‌

ରାଜଧାନୀରେ ପାର୍କିଂ କେଳେଙ୍କାରୀ

ବାଳିକା ବିଦ୍ୟାଳୟକୁ କମ୍‌ ବୟସର ପୁରୁଷ ଶିକ୍ଷକଙ୍କୁ ମନା !

ବିସ୍ମୟ ବାଳିକାଙ୍କ ଅବିଶ୍ୱସନୀୟ କାର୍ଯ୍ୟ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଲେ

ଲୁଟିବା ବଦଳରେ ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଲେ ଲୁଟେରା

ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଆ ଝିଅ ସୁସ୍ମିତା

You might also like