• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଆସିକା: ‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ। ବିଶ୍ୱାସ ହେଉନି ସେ ଏମିତି କରିଥିବ। ଆମ ପୁଅ ସେମିତି ନୁହଁ’ ଏମିତି କୋହଭରା କଣ୍ଠରେ କହିଛନ୍ତି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇ ଗିରଫ ହୋଇଥିବା ଓଡ଼ିଆ ଯବାନ ବିଚିତ୍ର ବେହେରାଙ୍କ ମା’।

ସେ ଆଇଏସ୍‌ଆଇର ହନି ଟ୍ରାପ୍‌ରେ ପଡ଼ି ସୋସିଆଲ୍‌ ମିଡିଆରେ ଦେଶର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ବିଚିତ୍ରଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡ଼ିଛି। ରାଜସ୍ଥାନ ପୁଲିସ୍‌ର ସିଆଇଡି କ୍ରାଇମବ୍ରାଞ୍ଚ, ଜୟପୁର ରେଲ୍‌ୱେ ଷ୍ଟେସନରୁ ତାଙ୍କୁ ଗିରଫ କରିଛି। ଅଧିକ ପଚରାଉଚୁରା ପାଇଁ ଗତକାଲି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ରାଜସ୍ଥାନ ପୁଲିସ୍‌।

ପୋଖରାନରେ ନିୟୋଜିତ ହୋଇଥିବା ବିଚିତ୍ର, ଆଇଏସ୍‌ଆଇର ମହିଳା ଏଜେଣ୍ଟର ପ୍ରେମ ଫାଶରେ ପଡିଯାଇଥିଲେ। ତାଙ୍କ ଉପରେ ଗୁଇନ୍ଦା ପୁଲିସ୍‌ ତୀକ୍ଷଣ ନଜର ରଖିଥିଲା। ସେ ଫେସବୁକ୍ ଏବଂ ହ୍ୱାଟ୍ସଆପ୍‌ରେ ଉକ୍ତ ମହିଳାଙ୍କ ସହ ନିୟମିତ ସମ୍ପର୍କରେ ରହି ଆସିଥିଲେ। ବିଚିତ୍ର ଅର୍ଥ ବଦଳରେ ସୂଚନା ଦେଉଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ପରେ ତାଙ୍କୁ ଜୟପୁରକୁ ପଚରାଉଚରା ପାଇଁ ଡକାଯାଇଥିଲା। ଏହି ସମୟରେ ସେ ଉକ୍ତ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ସହ ସମ୍ପର୍କ ରଖିଥିବା କଥା ସ୍ୱୀକାର କରିଥିଲେ। ଦୁଇ ବର୍ଷ ତଳୁ ସମ୍ପର୍କ ଥିବା କଥା ସେ କହିଥିଲେ।

ଅନ୍ୟପକ୍ଷରେ ବିଚିତ୍ରଙ୍କ ବିଚିତ୍ରଙ୍କ ଉପରେ ଏଭଳି ଆରୋପକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ତାଙ୍କ ପରିବାର ଲୋକେ। ତାଙ୍କ ମା’ କହିଛନ୍ତି, ‘ପୁଅକୁ ନ ଛାଡ଼ିଲେ ଆମେ କେମିତି ବଞ୍ଚିବୁ। ବିଶ୍ୱାସ ହେଉନି ସେ ଏମିତି କରିଥିବ। ଆମ ପୁଅ ସେମିତି ନୁହଁ। ବରଂ ସେ ଜଣେ ଭଲ ପୁଅ।’

ବିଚିତ୍ରଙ୍କ ଜଣେ ସାଙ୍ଗ ଏହି ଘଟଣାକୁ ନେଇ କହିଛନ୍ତି, ‘ଏସବୁ ଭୁଲ୍‌। ମିଛରେ ଏସବୁ ପ୍ରଚାର କରୁଛନ୍ତି। ସେ ମୋର ଛୋଟ ବେଳର ସାଙ୍ଗ, ସେ କେବେବି ଏମିତି କରିପାରିବ ବୋଲି ବୋର ବିଶ୍ୱାସ ହେଉନି। ତାକୁ ଫସା ଯାଇଛି।’

Odia-jawan-arrested-for-leaking-border-details-to-pak-based-isi-agent-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories