ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ଓଡ଼ିଆ ଆଇଏଏସ୍‌ ପିକେ ମିଶ୍ର

ଭୁବନେଶ୍ୱର/ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ନେଲେ ପି.କେ ମିଶ୍ର। ନୃପେନ୍ଦ୍ର ମିଶ୍ରଙ୍କ ଅବସର ପରେ ଗୁଜରାଟ କ୍ୟାଡର ଆଇଏଏସ୍ ପ୍ରମୋଦ କୁମାର ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ସମ୍ବଲପୁର ବାସିନ୍ଦା ପ୍ରମୋଦ ହେଉଛନ୍ତି ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍‌। ପିକେ ମିଶ୍ର ପୂର୍ବରୁ ଗୁଜରାଟ ସରକାରଙ୍କ ସହିତ କାମ କରି ସାରିଛନ୍ତି।

ପିଏମ୍ଓର ସବୁଠାରୁ କ୍ଷମତାଶାଳୀ ଅଧିକାରୀ ନୃପେନ୍ଦ୍ର ମିଶ୍ର ଦାୟିତ୍ୱରୁ ଅବ୍ୟାହତି ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠତମ ତାଲିକାରେ ଥିବା ପ୍ରମୋଦ କୁମାର ମିଶ୍ରଙ୍କୁ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା।

ପିକେ ମିଶ୍ର ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୯ ମେ ୧୭ ତାରିଖରେ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ପୂର୍ବରୁ ଓଡିଶାର ରେଙ୍ଗାଲି ଡ୍ୟାମ ପ୍ରୋଜେକ୍ଟରେ ମଧ୍ୟ ପ୍ରମୋଦ କାମ କରି ସାରିଛନ୍ତି। ତାଙ୍କ ବ୍ୟତୀତ ବେଶ କିଛି ଓଡ଼ିଆ ମୋଦି ସରକାରରେ ବଡ଼ ପଦବୀରେ ଅଛନ୍ତି। ଏପରିକି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମଧ୍ୟ ଜଣେ ଓଡ଼ିଆ।

ଆହୁରି ପଢ଼ନ୍ତୁ

ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ…

ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨

ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

ରାସ୍ତାରେ ତାର ବାଡ଼ ଯୋଗୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ୨ କିମି ଚାଲିଲେ ଗର୍ଭବତୀ

You might also like