ଓଡ଼ିଶା ଫେରିଲେ ଆନ୍ଧ୍ରରେ କାମ କରୁଥିବା ଓଡ଼ିଆ ହୋଟେଲ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡ଼ାରେ କାମ କରୁଥିବା ସାଲେପୁରର କିଛି ଓଡ଼ିଆ ହୋଟେଲ କର୍ମଚାରୀ। ତେବେ କାମ ଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଏହା ପରେ ସେମାନେ ସେମାନେ ଓ଼ଡ଼ିଶା ଅଭିମୁଖେ ବାହାରିଥିଲେ।

ଗତ ୨୫ ତାରିଖରେ ଆନ୍ଧ୍ର ପୋଲିସ ସେମାନଙ୍କୁ ଧରି ନେଇ ୧୦ ଦିନ ପାଇଁ କ୍ୱାରେଣ୍ଟିନ୍‌ରେ ରଖିଥିଲେ। ଏହାପରେ ସେମାନଙ୍କୁ ଓଡ଼ିଶା ଫେରାଇବାର ବ୍ୟବସ୍ଥା କରିଥିଲା ପୋଲିସ।

ଆଜି ସେମାନଙ୍କୁ ଭୁବନେଶ୍ୱର ସହିଦ ନଗର ଥାନାରେ ସେମାନଙ୍କୁ ଛାଡି ଯାଇଛନ୍ତି। ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସାଲେପୁର ପଠାଇବାର ବ୍ୟବସ୍ଥା କରାଯାଇଛି।

You might also like