ଦୁବାଇରେ ଚମକିଲେ ଓଡ଼ିଆ ଝିଅ
ଭୁବନେଶ୍ୱର: ଦୁବାଇରେ ଚମକିଲେ ଓଡ଼ିଆ ଝିଅ। ସମ୍ବଲପୁରରେ ଜନ୍ମିତ ଦୁବାଇର ତିଶ୍ୟା ପାଣିଗ୍ରାହୀ ମାଟି ପାଇଁ ଆଣିଛନ୍ତି ଗୌରବ। ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି ତିଶ୍ୟା। ଦୁବାଇରେ ସେ ଜୁନିଅର ସ୍କୁବା ଡାଇଭିଂ କୋର୍ସ ଶେଷ କରିଛନ୍ତି। ତିଶ୍ୟାଙ୍କ ବୟସ ମାତ୍ର ୧୦ ବର୍ଷ। ଏତେ କମ ବୟସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି।
ନିକଟରେ ସେ ଦୁବାଇରେ ସେ ଦୁବାଇ ଉପକୂଳରେ ଥିବା ଆରବ ସାଗରରେ ସ୍କୁବା ଡାଇଭିଂ କରି ଲାଇସେନ୍ସ ପାଇବା ସହ ପୁରସ୍କାର ହାସଲ କରିଛନ୍ତି। ଶେଷ ଟ୍ରେନିଂ ସମୟରେ ସେ ୩୩ ଫୁଟ୍ ଗଭୀର ପାଣିରେ ନିଜର ପ୍ରତିଭା ଦେଖାଇଥିଲେ। ବିଶ୍ୱର ସବୁଠୁ ବଡ଼ ସ୍କୁବା ଡାଇଭିଂ ଏବଂ ଟ୍ରେନିଂ ସେଣ୍ଟର ପ୍ରଫେସନାଲ ଆସୋସିଏସନ ଅଫ୍ ଡାଇଭିଂ ଇନ୍ଷ୍ଟ୍ରକ୍ସର୍ ପକ୍ଷରୁ ସେ ସାର୍ଟିଫିକେଟ୍ ହାସଲ କରିଛନ୍ତି। ଆଗକୁ ସୁଯୋଗ ମିଳିଲେ ସେ ଅନେକ ନୂଆ ନୂଆ ସ୍ଥାନରେ ଡାଇଭ୍ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।