ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ

ଫୁଲବାଣୀ: ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍‌ରେଚର୍‌ ଫେଷ୍ଟିଭାଲ୍‌ରେ ‘WE ARE THE CHAMPIONS’ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ କନ୍ଧମାଳ ଝିଅ ଝୁଲିମା ମଲ୍ଲିକଙ୍କ କାହାଣୀ ସ୍ଥାନ ପାଇଛି।

ଝୁଲିମା ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ସମାଜ ପରିବର୍ତ୍ତନ କାର୍ଯ୍ୟ କରି ଚର୍ଚ୍ଚାରେ ଆସିଥିଲେ। ବହୁ ଚର୍ଚ୍ଚିତ ଲେଖିକା ରଶ୍ମୀ ବଂଶଲ ଓ ଦେବେନ୍ଦ୍ର ତକ୍‌ଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ଦେଶର ସମୁଦାୟ ୧୫ ଜଣ ସାମାଜ ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱଙ୍କର କାହାଣୀ ସ୍ଥାନ ପାଇଛି। ଯେଉଁଥିରେ ଝୁଲିମାଙ୍କ ସଂଘର୍ଷମୟ କାହାଣୀ ରହିଛି।

ଜୟପୁରରେ ଆୟୋଜିତ ଏହି ଲିଟ୍‌ରେଚର୍‌ ଫେଷ୍ଟିଭାଲ୍‌ରେ ଝୁଲିମାଙ୍କ ସମେତ ରାଜସ୍ଥାନର ରାଜକୁମାରୀ ତଥା ସାଂସଦ ଶ୍ରୀମତୀ ଦୀୟା କୁମାରୀ, ଅନ୍ତର୍ଜାତୀୟ ସଂସ୍ଥା ସେଭ୍ ଦ ଚିଲ୍‌ଡ୍ରେନ୍‌ର ଭାରତ ମୁଖ୍ୟ ବିଦିଶା ପିଲ୍ଲାଇ, ଅଧ୍ୟକ୍ଷ ଅରୁଣ ମାଇରା, ଲେଖିକା ରଶ୍ମୀ ବଂଶଲ ଉପସ୍ଥିତ ଥିଲେ।

You might also like