ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା

ଭୁବନେଶ୍ୱର: ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା। କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍-ଟୁ ୨୦୧୯ ମହିଳା ବର୍ଗରେ ଟପ୍ପର୍ ହୋଇଛନ୍ତି ଅଦିତି ପରିଡ଼ା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତିଙ୍କୁ ଏହି ସଫଳତା ମିଳିଛି।

ଅଦିତିଙ୍କ ବାପା ଜଣେ ଆର୍ମି ବ୍ରିଗେଡିଅର ଥିବା ସୂଚନା ମିଳିଛି। ସିଡିଏସ୍-ଟୁରେ କୃତକାର୍ଯ୍ୟ ୬୭ ଜଣ ମହିଳା ପରୀକ୍ଷାର୍ଥୀ ଚେନ୍ନାଇରେ ଅଫିସର୍ସ ଟ୍ରେନିଂ ଏକାଡେମିରେ ସର୍ଟ ସର୍ଭିସ୍ କମିଶନ୍ ଓ୍ୱିମେନ୍ ନନ୍ ଟେକ୍ନିକାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଚଳିତବର୍ଷ ପୁଣେରୁ ଗଣଯୋଗାଯୋଗରେ ସ୍ନାତକ କରିଥିବା ଅଦିତି ସେଠାରେ ମଧ୍ୟ ଟପ୍ କରିଥିବା ସୂଚନା ମିଳିଛି। ସେପଟେ ଅଦିତିଙ୍କ ସଫଳତା ପରେ ଟୁଇଟ୍ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

You might also like