ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ

ସମ୍ବଲପୁର: ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ଗତକାଲି ସମ୍ବଲପୁରରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ।

ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ ‘ଅଶାନ୍ତଗ୍ରହ’ର ପ୍ରଯୋଜକ ଥିଲେ। ୧୯୬୩ ମସିହାରେ ମୁକ୍ତିଲାଭ କରିଥିବା ‘ସାଧନା’ ଚଳଚ୍ଚିତ୍ର ଆଞ୍ଚଳିକ ଫିଲ୍ମଭାବେ ଜାତୀୟ ପୁରସ୍କାର ପାଇଥିଲା।

You might also like