ଅମୀୟ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର :  ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମୀୟଙ୍କ ଦେହାନ୍ତ ହୋଇଛି।

ପରଦେଶୀ ବାବୁ, ମମତା ମାଗେ ମୂଲ, ହାକିମ ବାବୁ, ପୁଅ ମୋର କଳା ଠାକୁର ଭଳି ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ଅମୀୟ । ଏହାସହ ଅନ୍ତର୍ଜାତୀୟ ଓ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପାଇଥିବା ଚଳଚ୍ଚିତ୍ର ‘ତୁଳସୀ ଅପା’ର ମଧ୍ୟ ପ୍ରଯୋଜନା କରିଥିଲେ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ଅମୀୟ ପଟ୍ଟନାୟକ। ସେ କିଛିଦିନ ହେଲା ଅସୁସ୍ଥ ଥିଲେ। ଚିକିତ୍ସା ଲାଗି ପରିବାର ଲୋକେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଅମୀୟ ପଟ୍ଟନାୟକ ୮୦ଦଶକରେ ଓଡ଼ିଅା ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଥିଲେ। ବିଶିଷ୍ଚ ଉପନ୍ୟାସକାର ବିଭୂତି ପଟ୍ଟନାୟକଙ୍କ କାହାଣୀ ଆଧାରରେ ୧୯୮୫ ମସିହାରେ ତିଆରି କଲେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ହାକିମ ବାବୁ’। ଆଉ ତାପରେ ସେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ କଲେ।

ଅମୀୟଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

 

You might also like
Comments
Loading...