• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଭୁବନେଶ୍ୱର: ଓଡ଼ିଆ ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକରେ ଓଡ଼ିଆ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସଲିଲ୍‌ଙ୍କ ମୃତ୍ୟୁକୁ ନେଇ ବର୍ଷୀୟାନ୍‌ ଅଭିନେତା ଅଜିତ୍‌ ଦାସ କହିଛନ୍ତି, ‘ସଲିଲ୍‌ ଜଣେ ଭଲ ମଣିଷ ଓ ଅଭିନେତା ଥିଲେ। ତାଙ୍କର କେହି ଶତ୍ରୁ ନଥିଲେ। ସେ କେବେବି କାହା ବିଷୟରେ ଖରାପ କଥା କୁହନ୍ତି ନାହିଁ।’

ଅଭିନେତା ଦେବୁ ବ୍ରହ୍ମା କହିଛନ୍ତି, ‘ସଲିଲ୍‌ ସମସ୍ତଙ୍କୁ ହସାଇ ପାରୁଥିଲା। ଏକାଠି ରଖି ପାରୁଥିଲା। ତାଙ୍କ କଥାରେ ମାଧୁର୍ଯ୍ୟ ଥିଲା। ତାଙ୍କ ଭଳି ହାସ୍ୟ ଅଭିନେତାଙ୍କ ସ୍ଥାନ ପୂରଣ କରିବା କଷ୍ଟକର।’

ହାସ୍ୟ ଅଭିନେତା ପପୁ ପମ୍ ପମ୍ କହିଛନ୍ତି,“ସଲିଲ ଦା’ ଜଣେ ବିଚିତ୍ର କଳାକାର ଥିଲେ। ତାଙ୍କ ଶୂନ୍ୟସ୍ଥାନ କେହି ପୂରଣ କରି ପାରିବେ ନାହିଁ। ତାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଥିଲା। ବହୁ ସିନେମାରେ ତାଙ୍କ ସହ ମୁଁ କାମ କରିଛି। ଆମ ସିନେମାରେ ସେ ଲକି ମାସ୍କଟ ଥିଲେ। ସବୁ ନିର୍ଦ୍ଦେଶକଙ୍କ ଧାରଣା ଥାଏ ଯେ, ସଲିଲ ଦା ଅଛନ୍ତି ତ ସିନେମା ଭଲ ଚାଲିବ। ଡାଏଲଗ୍‌ ନଥିଲେ ବି ଲୋକ ତାଙ୍କୁ ଦେଖିଲେ ହସନ୍ତି।”

ଅଭିନେତା ବିଜୁ ବଡ଼ଜେନା କହିଛନ୍ତି, ‘ସଲିଲ୍‌ ଦା’ ଜଣେ ବହୁତ ଭଲ ଲୋକ। ସେ ତାଙ୍କ ମନ ଭିତରେ କିଛି ରଖନ୍ତି ନାହିଁ। ଯାହା କୁହନ୍ତି ଖୋଲାଖୋଲି। ସମସ୍ତଙ୍କୁ ସେ ବହୁତ ଭଲ ପାଆନ୍ତି।'

ଆହୁରି ମଧ୍ୟ ପଢ଼ନ୍ତୁ: ହାସ୍ୟ ଅଭିନେତା ସଲିଲ୍ ମିତ୍ରଙ୍କ ପରଲୋକ

https://youtu.be/8vulHSWK3fg

Odia-film-actors-on-demise-of-ollywood-actor-comedian-salil-mitra-1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories