ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ ହୋଇଥିବା ପିଏଚଡି ଏଣ୍ଟ୍ରାନ୍ସ ପରୀକ୍ଷାରେ ସାଧାରଣ ବର୍ଗରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଉଲେଖଯୋଗ୍ୟ ଡାକ୍ତର ଜେନା ବନ୍ୟପ୍ରାଣୀ ସର୍ଜରୀ କରି ସାରା ରାଜ୍ୟ ତଥା ଦେଶରେ ଅନେକ କୀର୍ତ୍ତିମାନ ସ୍ଥାପିତ କରିଛନ୍ତି। ଭାରତର ଯେ କୌଣସି ସରୀସୃପ ପାଇଁ ସିଟି ସ୍କାନ କରିବାରେ ଡାକ୍ତର ବିଶ୍ଵଦୀପ ଦେଶରେ ପ୍ରଥମ ବ୍ୟକ୍ତି ହୋଇଥିଲେ। ସେହିପରି ସାପମାନଙ୍କ ଚିକିତ୍ସା ପାଇଁ ବଣ୍ୟପ୍ରାଣୀ ସର୍ଜରୀରେ ଜାତୀୟ ସମ୍ମିଳନୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

You might also like