ଓଡ଼ିଆ ବୋହୂ ପାଇଲେ ଦେଶର ସୁନ୍ଦରୀ ମୁକୁଟ

ଭୁବନେଶ୍ୱର: ପୁଣି ଥରେ ଚମକିଛନ୍ତି ଓଡ଼ିଆ ବୋହୂ। ସୁନ୍ଦରଗଡ଼ କାଂଶବାହାଲର ବୋହୂ ନବଦୀପ କୌର ବନିଛନ୍ତି ଚଳିତ ବର୍ଷର ମିସେସ୍ ଇଣ୍ଡିଆ। ମୁମ୍ବାଇରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାଙ୍କୁ ପଛରେ ପକାଇଛନ୍ତି ନବଦୀପ। ଗତ ଅକ୍ଟୋବରରୁ ମିସେସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅନଲାଇନ୍‌ରେ ଭାଗ ନେବା ପରେ ଏଥିରେ ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ।

ଗତ ଦୁଇ ଦିନ ତଳେ ମୁମ୍ବାଇରେ ଆୟୋଜିତ ଫାଇନାଲ୍ ରାଉଣ୍ଡରେ ନବଦୀପଙ୍କୁ କ୍ରାଉନ୍ ପିନ୍ଧାଇ ବିଜେତା ଘୋଷିତ କରାଯାଇଛି। ବିବାହ ପରେ ବି ମହିଳା ନିଜ ପ୍ରତିଭାକୁ ପରିପ୍ରକାଶ କରିପାରିବେ। କେବଳ ଘରର ଚାରି କାନ୍ଥରେ ନୁହେଁ ସେ ବାହାରକୁ ବାହାରି ନିଜ ପରିବାରକୁ ଗର୍ବିତ କରାଇପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନବଦୀପ।

ଏହି ବିଜୟ ମୋତେ ବହୁତ ଖୁସି ଆଣି ଦେଇଛି। ମୋ ପରିବାର ଖୁସିରେ ସ୍ୱାଗତ କରିଥିଲେ। ଝିଅ ମ୍ୟାରେଜ୍ ହୋଇଯିବା ପରେ ଗୃହିଣୀ ହୋଇ ରହିବାକୁ ପଡେ। ଯାହାଦ୍ୱାରା ଆମକୁ କୌଣସି କାମ କରିବାକୁ ମୁସ୍କିଲ ହୋଇଯାଏ। ଯଦି ଆମ ମନରେ ଲକ୍ଷ୍ୟ ଥିବ, ନିଷ୍ଠାପର ଭାବନା ଥିବ ଓ ପରିବାର ଆମକୁ ସାଥ୍ ଦେବ, ଆମ ଲକ୍ଷ୍ୟକୁ ଆମେ ପୂରଣ କରିପାରିବା। ମୋର ପ୍ରତିଦିନ କ୍ଲାସ୍‌ ରହିଥାଏ। କ୍ଲାସ୍ ପରେ ୨-୩ ଘଣ୍ଟା ପାଠ ପଢିବା ସହ ନ୍ୟୁଜ ପେପର ପଢିଥାଏ। କମ୍ୟୁନିକେସନ୍ ଓ ପବ୍ଲିକ୍ ସ୍ପିକିଂ ଉପରେ ବହୁତ ପ୍ରସ୍ତୁତ ହୋଇଥିଲି। 
-ନବଦୀପ କୌର, ମିସେସ୍ ଇଣ୍ଡିଆ ବିଜେତା

———

  • ୨୦୧୯ ଗ୍ରୀସରେ ହେଉଥିବା ଏହି ମିସେସ୍‌ ଇଣ୍ଡିଆ କଣ୍ଟେଷ୍ଟରେ ଓଡ଼ିଆ ବୋହୂର ଦମ୍‌ଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ହଟ୍‌ମଣ୍ଡ ଅର୍ଗାନାଇଜେସନ୍‌ ପକ୍ଷରୁ ସାରା ବିଶ୍ୱରେ ଥିବା ବିବାହିତ ମହିଳାଙ୍କୁ ନେଇ ଏହି ସଂସ୍ଥା ପ୍ରତିବର୍ଷ ୱାର୍ଲଡ୍‌ ୱାଇଡ୍‌ କଣ୍ଟେଷ୍ଟ କରିଥିଲା। ରାୟପୁରଠାରେ ହୋଇଥିବା ଅଡିସନ୍‌ରେ ଓଡ଼ିଆ ଝିଅ ସୌମ୍ୟା ଆଚାର୍ଯ୍ୟଙ୍କୁ ଚୟନ କରାଯାଇଥିଲା। ସେତେବେଳେ ଏହି କଣ୍ଟେଷ୍ଟରେ ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବରେ ଜଣେ ଓଡ଼ିଆ ଝିଅ ଭାଗ ନେଇଥିଲେ। ସୌମ୍ୟା ଆଚାର୍ଯ୍ୟ ବଲାଙ୍ଗୀରର ଅବସରପ୍ରାପ୍ତ ଜଳସେଚନ ବିଭାଗ କର୍ମଚାରୀ ରାମକୃଷ୍ଣ ନନ୍ଦ ଓ ବିଳାସିନୀ ନନ୍ଦଙ୍କର ଝିଅ। ଛୋଟବେଳୁ ସେ ମଡେଲିଂରେ ରୁଚି ରଖିଥିଲେ। ତେଣୁ ବିବାହ ପରେ ଏପରି ଏକ ସୁଯୋ ଗ ମିଳିବାରୁ ସେ ବିଶ୍ୱସ୍ତରୀୟ କଣ୍ଟେଷ୍ଟ ଅଡିସନ୍‌ରେ ଭାଗ ନେଇ ଗ୍ରୀସ୍‌ ଯିବା ପାଇଁ ମନୋନୀତ ହୋଇଥିଲେ।

  • ସେହିପରି ୨୦୧୯ରେ ନୂଆଦିଲ୍ଲୀରେ ଆୟୋଜିତ  ମିସେସ୍‌ କ୍ୱିନ୍‌ ୟୁନିଭର୍ସରେ ଓଡ଼ିଆ ବୋହୂ ତଥା ଭୁବନେଶ୍ୱରର ପ୍ରତିମା ପଣ୍ଡା ଟାଇଟଲ ମୁକୁଟ ପିନ୍ଧିଥିଲେ। ଏହି ପ୍ରତିଯୋଗିତାରେ ଚାଇନା ସମେତ ଭାରତର ବିଭିନ୍ନ ରାଜ୍ୟର ୪୬ ଜଣ ପ୍ରତିଯୋଗୀ ଯୋଗ ଦେଇଥିଲେ। ହେଲେ ପ୍ରତିମା ସମସ୍ତଙ୍କୁ ପଛରେ ପକାଇ ଏହି ଟାଇଟଲ୍‌ ହାତେଇ ନେଇଥିଲେ। ମିସେସ ଇଣ୍ଡିଆ ହୋମ୍‌ ମେକର ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଓଡ଼ିଆ ଫିଲ୍ମରେ ଅଭିନୟ ସାଙ୍ଗକୁ ଏକ ମଡେଲ ସ୍କୁଲ ଖୋଲିବାକୁ ଇଚ୍ଛା ବୋଲି ଟାଇଟଲ୍‌ ଜିତିବା ପରେ ପ୍ରତିମା କହିଥିଲେ।
You might also like