ବିଜୟ ମହାନ୍ତି ଓ ଦୀପାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଆ ସିନେ କଳାକାର ସଂଘ

ଭୁବନେଶ୍ୱର: ଚିକିତ୍ସାଧୀନ ଥିବା ଓଲିଉଡ୍‌ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଦୀପା ସାହୁଙ୍କୁ ସହାୟତାର ହାତ ବଢ଼ାଇଛି ଓଡ଼ିଆ ସିନେ କଳାକାର ସଂଘ। ସଂଘର ସଦସ୍ୟ ମାନେ ଉଭୟଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି।

ଏଥିସହ ସଂଘ ପକ୍ଷରୁ ବିଜୟ ମହାନ୍ତିଙ୍କୁ ୧ ଲକ୍ଷ ଓ ଦୀପା ସାହୁଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେମାନଙ୍କୁ ସାହାଯ୍ୟ କରିବା ରାଜ୍ୟ ସରକାରଙ୍କୁ ମଧ୍ୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଥାଉ କି, ବିଜୟ ମହାନ୍ତି, ହାଇଦ୍ରାବାଦରେ ଥିବାବେଳେ ମେ’ ୨୬ ତାରିଖରେ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଯାଇଥିଲେ। ତେବେ ଏହି ସମୟରେ ତାଙ୍କର ହୃଦଘାତ୍‌ ହୋଇଥିଲା। ସେବେଠୁ ସେ ଚିକିତ୍ସିତ ହେଉଥିଲେ। ଜୁନ୍‌ ୧୪ରେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି।

ଜୁନ୍‌ ୨୦ରେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

You might also like