ଭୁବନେଶ୍ୱର: ଭୁବନେଶ୍ୱରର ୟଶ ମିଶ୍ରଙ୍କୁ ମିଳିଛି ଚଳିତ ବର୍ଷର ବାଲ ଶକ୍ତି ପୁରସ୍କାର। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ୟଶ ନାସାରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ଏହାସହ ମାଥମେଟିକ୍ସ ଜିନିୟସ୍ ଆୱାର୍ଡରେ ପୂର୍ବରୁ ସମ୍ମାନିତ ହୋଇଛନ୍ତି। ଶିକ୍ଷା କ୍ଷେତ୍ରରେ ଉକର୍ଷତା ପାଇଁ ଆଜି ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ରାଷ୍ଟ୍ରପତି ତାଙ୍କୁ ଏକ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରିଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରୁ ବଛାବଛା ପିଲାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୫ ବର୍ଷରୁ ୧୮ ବର୍ଷ ପିଲାଙ୍କୁ ସାମାଜିକ ସେବା, କଳା, ଉଦ୍ଭାବନ, କ୍ରୀଡ଼ା, ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁଏହି ସମ୍ମାନ ପ୍ରତିବର୍ଷ ପ୍ରଦାନ କରାଯାଉଛି।