ହକି ବିଶ୍ୱକପ୍ର ପ୍ରଚାର କଲେ ଓଡ଼ିଆ ପୁଅ
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ହକି ବିଶ୍ୱକପ୍ର ପ୍ରଚାର କଲେ ଓଡ଼ିଆ ପୁଅ ବିଜୟ କୁମାର ମଲ୍ଲିକ। ବିଜୟ ୨୦ ଦିନ ପୂର୍ବରୁ ଏହି ପ୍ରଚାର ଅଭିଯାନରେ ବାହାରି ଥିଲେ। ମୁମ୍ବାଇ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶ ଇତ୍ୟାଦି ବିଭିନ୍ନ ସ୍ଥାନ ବୁଲି ହକି ବିଶ୍ୱକପ୍ର ପ୍ରଚାର ସାରି ଭୁବନେଶ୍ୱର ଫେରିଛନ୍ତି।
ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ ସମ୍ପର୍କରେ ଯେମିତି ବାହାର ରାଜ୍ୟର ଲୋକେ ଜାଣି ପାରିବେ ଏବଂ ଏହାକୁ ଦେଖିବେ, ସେଥିପାଇଁ ସେ ଏହି ପ୍ରଚାର ଅଭିଯାନ କରିଥିଲେ।