ବଲିଉଡ଼ରେ ରାଜ କରୁଛନ୍ତି ବିଜାତଳାର ରାମ ସିର୍କା

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା, ଦବଙ୍ଗ-ଥ୍ରୀ ଭଲି ପିଲ୍ମରେ ଅଭିନୟ କରିଛନ୍ତି ରାମ । ଏହାସହ ଆଗକୁ ରିଲିଜ ହେବା ଅପେକ୍ଷାରେ ରହିଛି ରାଧେ ଯେଉଁଥିରେ ଖଲନାୟକ ଭୂମିକାରେ ଆସୁଛନ୍ତି ।

ମାଲାୟଲମ ଫିଲ୍ମର ଦି କୁମ୍ଫୁ ମାଷ୍ଟରର ଆକ୍ସନ ସିନ୍ ହେଉ କି ହିନ୍ଦୀ ଫିଲ୍ମ ମର୍ଦ କୋ ଦର୍ଦ ନେହିଁ ହୋତାରେ ଜବରଦସ୍ତ ଅଭିନୟ, ସବୁ ସିନେମାର କାହାଣୀରେ ନିଛକ ଭାବେ ନିଜ ଚରିତ୍ରକୁ ଫୁଟାଇବାରେ ସଫଳ ହୋଇଛନ୍ତି ରାମ ସିର୍କା । ମୟୂରଭଞ୍ଜ ବିଜାତଳା ବ୍ଲକ ସୁରତ ନଗରର ରାମ ସିର୍କା ଏବେ ବଲିଉଡଅରେ ଜଣେ ଜଣାଶୁଣା ଅଭିନେତା ଆଉ ଫିଟନେସ୍ ଟ୍ରେନର ।

ଜାମସେଦପୁରରେ ସ୍କୁଲ ଶିକ୍ଷା ଗ୍ରହଣ ପରେ ଝାଡ଼ଖଣ୍ଡର ଛତ୍ରାରେ ଟାଇକୋଣ୍ଡୋ ଶିଖିବା ପରେ ଭାଗ୍ୟ ପରୀକ୍ଷା ପାଇଁ ମୁମ୍ବାଇ ଯାଇଥିଲେ । ରାମ ବହୁ ସଂଘର୍ଷ ପରେ ଗୋଟିଏ ପ୍ରଶିକ୍ଷଣ କେନ୍ଦ୍ରରେ ଅଭିନୟ ତାଲିମ ନେଇଥିଲେ । ଏତିକି ବେଳେ କୋରିଓଗ୍ରାଫର ଗଣେଶ ହିବାରକର ଓ ଫିଲ୍ମ ନିର୍ମାତା ନବ ରାଜୁଙ୍କ ଦ୍ୱାରା ଛୋଟ ଫିଲ୍ମରେ ରାମ ସୁଯୋଗ ପାଇଥିଲେ  । ପରେ ପରେ ସେ ଦେଖାଇଥିଲେ ନିଜ ଅଭିନୟ କଳାର ଯାଦୁ । ଦବଙ୍ଗ-ଥ୍ରୀରେ ସଲମାନଙ୍କ ସହ ପରଦାରେ ଦେଖା ଦେଇଥିଲେ ରାମ । ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ରାଧରେ ମଧ୍ୟ ସେ ଖଳନାୟକ ଭୂମିକାରେ ଆସୁଛନ୍ତି।

ଫିଟନେସ୍ ଟ୍ରେନର ଭାବେ ମଧ୍ୟ ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି ରାମ ସେଲିବ୍ରିଟିଙ୍କୁ ଫିଟନେସ୍ ଟ୍ରେନିଂ ଦିଅନ୍ତି, ନିଜେ ମଧ୍ୟ ସେ ବହୁତ ଫିଟ୍ । ଏଥିପାଇଁ ମୁମ୍ବାଇ ମେରାଇନ୍ ଡ୍ରାଇଭରେ ସେ ନିୟମିତ ଅଭ୍ୟାସ କରନ୍ତି ।

You might also like