• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜୟପୁର: ବିଗତ ଦିନର ହିଟ୍ ଆଲ୍‌ବମ୍‌ ଓ ସିନେ ଅଭିନେତ୍ରୀଙ୍କୁ ଆଜି ମାତାଜୀ ଭାବେ ଦେଖିବାକୁ ମିଳିଛି। ଓଡ଼ିଆ ଆଲ୍‌ବମ୍ ଜଗତରେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶ୍ୱେତା ମଲ୍ଲିକ ଆଜି ମାତା ମାହେଶ୍ୱରୀ ନାଁରେ ପରିଚିତ।

ଆଜି ତାଙ୍କୁ ଜୟପୁରର ଏକ ଯଜ୍ଞ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା। ସଦରଥାନା ଅନ୍ତର୍ଗତ ସଉରାଗୁଡ଼ା ସ୍ଥିତ ଶିରିଡି ସାଇ ମନ୍ଦିର ନିକଟରେ ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞରେ ମାତା ମାହେଶ୍ୱରୀ ପୂଜାରେ ଯୋଗ ଦେଇଛନ୍ତି।

ଶ୍ୱେତା ମଲ୍ଲିକରୁ ମାତା ମାହେଶ୍ୱରୀ ପାଲଟିଥିବା ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି।

ଅନ୍ୟପଟେ ଅଭିନୟରୁ ଆଧ୍ୟାତ୍ମିକ ଜୀବନକୁ ଆସି ବେଶ୍ ଖୁସି ଅନୁଭବ କରୁଛନ୍ତି ବୋଲି ମାତା ମାହେଶ୍ୱରୀ କହିଛନ୍ତି।

Odia-album-actress-turned-into-mataji
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories