ଅଭିନେତ୍ରୀ ନିକିତାଙ୍କ ସ୍ୱାମୀ ଗିରଫ

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ପୁଲିସ୍‌ ଗିରଫ କରିଛି। କଟକ ଚାଉଳିଆଗଞ୍ଜ ଥାନା ପୁଲିସ୍‌ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ନିକିତାଙ୍କ ବାପା ମାଆଙ୍କୁ ଦୀର୍ଘ ସମୟ ଧରି ପୁଲିସ୍‌ ପଚରାଉଚରା କରିଥିଲା। ଏହାପରେ ଅଟକ ଥିବା ଲିପନଙ୍କୁ ଗିରଫ କରାଯାଇଛି।

ଗତ ଶୁକ୍ରବାର ଛାତରୁ ପଡ଼ିଯିବା ପରେ ଗୁରୁତର ଅବସ୍ଥାରେ ନିକିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଶନିବାର ନିକିତାଙ୍କର ମୃତ୍ୟୁ ହୋଇଥିଲା। ସ୍ୱାମୀ ଲିପନ ସାହୁ ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ବୋଲି ନିକିତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ।

You might also like