‘ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ’

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ଥିବା ଜଣାପଡ଼ିଛି। ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥାକୁ ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଛାତ ଉପରେ ଠେଲାପେଲା ଯୋଗୁ ନିକିତା ଖସିପଡ଼ିଥିବା କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି।

ଲିପନଙ୍କୁ ବାପା ମାଆଙ୍କୁ ମଧ୍ୟ ଏ ନେଇ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି ବୋଲି ଡିସିପି କହିଛନ୍ତି।

ଶନିବାର ନିକିତାଙ୍କର ମୃତ୍ୟୁ ହୋଇଥିଲା। ପରେ ସ୍ୱାମୀ ଲିପନ ସାହୁ ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ବୋଲି ନିକିତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ କଟକ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ବାପା ଏତଲା ଦେଇଥିଲେ। ପରେ ପୁଲିସ୍‌ ନିକିତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରିବା ସହ ଗରିଫ କରିଥିଲା।

You might also like