ମାଲ୍‌ ନ୍ୟୁଟ୍ରିସନ ଶିଶୁଙ୍କ ପାଇଁ ଚିନ୍ତା ବ୍ୟକ୍ତ କଲେ ଓଡ଼ିଆ ଅଭିନେତ୍ରୀ ନନ୍ଦିତା

ଭୁବନେଶ୍ୱର: ସ୍ୱେଚ୍ଛାସେବୀ ସଂଗଠନ ଆଇନା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି କଲ୍ଲୋଳ ଆଓ୍ୱାଡର୍ସ-୨୦୧୯।ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ଏହି ଆୱାର୍ଡ ୟୁନିସେଫ୍‌ର  ସହଯୋଗରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ନନ୍ଦିତା ଦାସ, ଅରବିନ୍ଦ ନିଲସନ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ମୋ କଲେଜ ଯୋଜନାର ଅଧ୍ୟକ୍ଷ ଆକାଶ ଦାସ ନାୟକ, ବିଶିଷ୍ଟ ନାଟ୍ୟକାର ଅନନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବାରିପଦାର ଝିଅ ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ନନ୍ଦିତା ଦାସ କହିଛନ୍ତି, ଶିଶୁ ଚଳଚ୍ଚିତ୍ର ପାଇଁ ଏମିତି ଆଗ୍ରହ ଥିଲେ ବି ମୋର ଛୁଆ ହେଲା ପରେ ଭାବିଲି ଛୁଆମାନଙ୍କ ପାଇଁ କେତେ କମ୍ ଫିଲ୍ମ ଅଛି ଆମ ପାଖରେ ? ତେଣୁ ଶିଶୁମାନଙ୍କ ସମସ୍ୟାକୁ ନେଇ, ଶିଶୁଙ୍କ ପାଇଁ ଫିଲ୍ମର ବହୁତ ଆବଶ୍ୟକତା ଅଛି ! ତେଣୁ ଏଇ କଲ୍ଲୋଡ ଆୱାର୍ଡ ଆସିବାକୁ ଇଚ୍ଛା କରିଥିବା କହିଥିଲେ ନନ୍ଦିତା।

ଦେଶରେ ମାଲ-ନ୍ୟୁଟ୍ରିସନ୍‌ର ଶିକାର ହୋଇଥିବା ପିଲାଙ୍କ ପାଇଁ ମଧ୍ୟ ନନ୍ଦିତା ଚିନ୍ତା ପ୍ରକଟ କରିଥିଲେ। ସେ ନିଜ ଅନୁଭୂତି ଦେଇ କହିଥିଲେ, ଜଣେ ମା’ ଭାବରେ ମୁଁ ଜାଣିଛି ନିଜ ଛୁଆର ଖାଦ୍ୟ ପ୍ରତି ମୁଁ କେତେ ସଚେତନ। ସବୁ ପିଲାଙ୍କ ପାଇଁ ସେହିପରି ଭାବିବା ଉଚିତ୍‌। ତେଣୁ ଏଥରର ଥିମ୍‌ ଯାହା ଥିଲା ‘ନ୍ୟୁଟ୍ରିସନ’, ଖୁବ ଭଲ ଥିମ୍ ବୋଲି କହି ପ୍ରଶଂସା କରିଥିଲେ ନନ୍ଦିତା।

ଆହୁରି ପଢ଼ନ୍ତୁ

ଓଡ଼ିଶା ପୋଲିସ୍ ଡିଜିଙ୍କୁ ଜାତୀୟ ST କମିଶନଙ୍କ ଚିଠି

କରୋନାରୁ ସୁସ୍ଥ ହେଲେ ୧୭୮୫ ଆକ୍ରାନ୍ତ

କୋଭିଡ୍‌ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ପୋଲିସ୍ ଡିଜି

କୁଷ୍ଠରୋଗୀ କହି ବାସନ୍ଦ କରିଦେଲେ, ପାଇପ୍ ଭିତରେ ବିତୁଛି ଜୀବନ

ଭାଇରାଲ୍ ଅଡ଼ିଓ ପ୍ରସଙ୍ଗ: ଲକ୍ଷ୍ମୀକାନ୍ତଙ୍କୁ ପୋଲିସ ଉଠାଇ ନେବା ପରେ ଚିନ୍ତାରେ ବାପା ଶଯ୍ୟାଶାୟୀ

ଅଡିଓ ଭାଇରାଲ ପ୍ରସଙ୍ଗ: ଗିରଫ ଲକ୍ଷ୍ମୀକାନ୍ତଙ୍କୁ ଭେଟିଲା କଂଗ୍ରେସ

ଲୋକଙ୍କ ପ୍ରଶ୍ନର ଉତ୍ତର ରଖିବାକୁ କାହିଁକି ଡରୁଛନ୍ତି ରାଜ୍ୟ ସରକାର?

ଭୁବନେଶ୍ୱରରୁ ଆଉ ୧୦୯ କରୋନା ପଜିଟିଭ୍ ଚିହ୍ନଟ

ଆଇନ୍‌ ଉଲ୍ଲଙ୍ଘନ ଅଭିଯୋଗରେ କ୍ୟାପିଟାଲ ଥାନା IIC ଗିରିଜା ଚକ୍ରବର୍ତ୍ତୀଙ୍କ ନାଁରେ ଏତଲା ଦେଲା ଓଟିଭି

କଟକ ମହାନଗର ଅଞ୍ଚଳରୁ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଁଖାଇ ପାଇଁ ସମ୍ୱଲପୁରରେ ହେବନି ସଟ୍‌ଡାଉନ୍

You might also like