ଓଡ଼ିଆ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ
ଭୁବନେଶ୍ୱର: ପରଲୋକରେ ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ। ଚିକିତ୍ସାଧୀନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଦୀପାଙ୍କ ପରଲୋକ ନେଇ ସ୍ୱାମୀ ମନୀନ୍ଦ୍ର ଦତ୍ତ ସୂଚନା ଦେଇଛନ୍ତି। ଦୀପା କ୍ୟାନ୍ସରରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଥିଲେ।
ଶତାଧିକ ଆଲବମରେ ଅଭିନୟ କରି ସେ ଚର୍ଚ୍ଚିତ ଥିଲେ।
କିଛି ଦିନ ତଳେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା, ଯେଉଁ କାରଣରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଗତ କିଛି ବର୍ଷ ଧରି ସେ କ୍ୟାନ୍ସରରେ ପୀଡ଼ିତ ଥିଲେ। ତେବେ ଦୁଇ-ତିନି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେଧୀରେ ବିଗିଡ଼ିବାରେ ଲାଗିଥିଲା। ତେବେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଓଡ଼ିଆ ଆଲ୍ବମ୍ ଇଣ୍ଡଷ୍ଟ୍ରିର ବେଶ୍ ପରିଚିତ ଚେହେରା ଥିଲେ ଦୀପା। ସେ ଆଲ୍ବମ୍ କୁଇନ୍ ଭାବେ ମଧ୍ୟ ବେଶ୍ ଜଣାଶୁଣା ଥିଲେ। ଏକାଧିକ ଆଲ୍ବମ୍ରେ ସେ ଅଭିନୟ କରିଥିଲେ। ଏହାସହ କିଛି ଓଡ଼ିଆ ଫିଲ୍ମ, ଧାରାବାହିକରେ ନଜର ଆସିଥିଲେ ଦୀପା। ୯୦ ଦଶକ ଓ ୨୦୦୦ ମସିହା ବେଳେ ଓଡ଼ିଆ ଆଲବମ୍ ଜଗତରେ ଜଣାଶୁଣା ଚେହେରା ଥିଲେ ଦୀପା। ଏକାଧିକ ଓଡ଼ିଆ ଆଲବମ୍ରେ ନଜର ଆସିଥିଲେ।
ନବେ ଦଶକ ସେ ସବୁଠୁ ଅଗ୍ରଣୀ ଅଭିନେତ୍ରୀ ଥିଲେ। ତାଙ୍କର ଅଭିନୟ ଶୈଳୀ ଦର୍ଶକ ଏ ପର୍ଯ୍ୟନ୍ତ ଦର୍ଶକମାନେ ପାସୋରି ପାରିନାହାନ୍ତି। ‘ହାଏ ହାଏ ତୋ ମଲ୍ଲୀ ଫୁଲ ଗଜରା..’, ‘ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣି..’, ‘ଏକଡ଼ା ଏକଡ଼ା ରା..’ ଓ ‘ଝିଅ ମୁଁ ମେଡଇନ୍ ଓଡ଼ିଶା..’ ଭଳି ହିଟ୍ ଗୀତରେ ଅଭିନୟ କରି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲେ। ଏଥିସହ ଦୀପା ଓଡ଼ିଆ ଫିଲ୍ମ ‘ନାରୀ ଆଖିରେ ନିଆଁ’, ‘ସୁନା ଚଢ଼େଇ ମୋ ରୂପା ଚଢ଼େଇ’ ଓ ‘କଲେଜ୍ ଟାଇମ୍’ରେ ମଧ୍ୟ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ‘ବଡ଼ଘର ବଡ଼ ଗୁମର କଥା’ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ।
କିଛି ଦିନ ତଳେ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଥିଲା।